Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ନମସ୍ତେ ପ୍ରଭୁ ଜଗନ୍ନାଥ

ନମସ୍ତେ ପ୍ରଭୁ ଜଗନ୍ନାଥ

1 min
215


ନମସ୍ତେ ପ୍ରଭୁ ଜଗନ୍ନାଥ

    ତୋହରନାହିଁ ଆଦି ଅନ୍ତ l


ନମସ୍ତେ ଶୂନ୍ୟ ନିରଞ୍ଜନ

    ମହା ପ୍ରକାଶ ମହାଶୂନ୍ୟ l


ଆତଙ୍କନାଶି ତୋର ବାନା

   ଭକତ ହିତେ ତୋ କଳ୍ପନା l


ମାୟା ମୋହିତ ଭବଜଳେ

     କର୍ଣ୍ଣଧାର ତୁ ଏ ଶୟଳେ l


ଲୋଭ ଵିଷୟା ଷଡ଼ ଅରି

   ପ୍ରାଣୀକୁ ଭ୍ରମାନ୍ତି ଆବୋରି l


ତୋ ମାୟାବଳେ ଜଗନ୍ନାଥ

   ସଂସାର ହୋଏ ଆତଯାତ l


ସାଧୁଙ୍କୁ ରଖୁ ଦଣ୍ଡି ଦୁଷ୍ଟେ

    ଲୀଳାବିଧୃତଦେହି ନାଥେ l


ସଂସାର ସୃଷ୍ଟି କର୍ତ୍ତା ତୁହି

      ଭକ୍ତ ବତ୍ସଳ ଭାବଗ୍ରାହୀ l


ତୋର ସମ୍ପଦ ଆଶ୍ରେ କରି 

    ଅଜ୍ଞାନୀ ବୋଲଇ ମୋହରି l


ମୋହ ଅଜ୍ଞାନ ନାଥେ ହରି

     ଜଗତେ ବୋଲାଉ ଶ୍ରୀହରି l


ସେ ହରି ପଦ ପଙ୍କଜରେ

      ଧ୍ୟାନ ମୋ ରହୁ ନିରନ୍ତରେ ।


Rate this content
Log in

Similar oriya poem from Inspirational