Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

କେଉଁଦିନୁ ମୁହିଁ ଯାଇନାହିଁ ପୁରୀ

କେଉଁଦିନୁ ମୁହିଁ ଯାଇନାହିଁ ପୁରୀ

1 min
4



କେଉଁଦିନୁ ମୁହିଁ ଯାଇ ନାହିଁ ପୁରୀ 

    ଖାଇନାହିଁ ଖିରି ପୁରୀ l

ମାଆ ହାତରନ୍ଧା ଅବଢ଼ା ଡାଲମା 

    ଅମୃତ ନୋହିବ ସରି ll


ଅମାଲୁ ଗଇଁଠା ନାନାଜାତି ପିଠା 

    ଖିରି ଶାକର ଆରିସା l

ସର ରସକେଳୀ ରାବିଡ଼ିି ଚକୁଳି 

   ମାଆଙ୍କ ହାତ ପରସା ll


ଚୌଷଠି ବ୍ୟଞ୍ଜନ ମାଆ ପ୍ରତିଦିନ 

    ରାନ୍ଧନ୍ତି ବିଷ୍ଣୁଙ୍କ ଭୋଗ l

ଛଅ ତିଅଣକୁ ନଅ ଭଜା ଖଞ୍ଜା 

   ଖଞ୍ଜନ୍ତି ଛପନ ଭୋଗ ll


ସତେ ହେବ ସାହା ବଳିୟାର ବାହା 

  ସେବନେ ଭାଗ୍ୟ ହୋଇବ l

କରିଛି ଭରସା ପୁରିବ ମୋ ଆଶା 

  ଡୋରି ତୋହର ଲାଗିବ ll


ଜୟ ଜୟ ମାଆ ଜଗତ ଜନନୀ 

   ଜୟ ମା ଶ୍ରୀକ୍ଷେତ୍ର ଶିରି l

ଜୟ ଅନ୍ନପୂର୍ଣ୍ଣା ଜୟ ଲୋ ସମ୍ପୂର୍ଣ୍ଣା

   ଆଶା ଯିବ ମୋର ପୁରି ll


ଧନ୍ୟ ଧନ୍ୟ ମାଆ ସିନ୍ଧୁ ରାଜଜେମା 

   ଧନ୍ୟ ଲୋ ଓଡ଼ିଆ ମାଆ l

ଓଡ଼ିଆଙ୍କ କଥା ବିଶ୍ୱେ କହି ମାଆ 

   ଶ୍ରୀକ୍ଷେତ୍ରରେ ରହି ଥାଆ ll

    


Rate this content
Log in

Similar oriya poem from Inspirational