Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Others

4  

Arjuni charan Behera

Others

ଜୟ ଜୟ ମହାଲକ୍ଷ୍ମୀ

ଜୟ ଜୟ ମହାଲକ୍ଷ୍ମୀ

1 min
5


  

ଜୟ ଜୟ ମହାଲକ୍ଷ୍ମୀ ବିଷ୍ଣୁ ମନୋହାରୀ l

ଧନ୍ୟ ମା କରୁଣାମୟୀ କରୁଣା ତୋହରି ll

କରୁଣାରୁ ତୋର ମାତା ସାଗର ଦୁଲଣୀ l

ଧନଜନ ଗୋପଲକ୍ଷ୍ମୀ ଲଭି ଥାଇ ପ୍ରାଣୀ ll

କରୁଣାରୁ ଉଣାହେଲେ ମାତ ଦୟାମୟୀ l

ପ୍ରାଣୀଙ୍କୁ ଅନ୍ନ ବସନ ବାସ ନଯୋଗାଇ ll

ରାଜା ବୁଲିଥାଇ ଦାଣ୍ଡେ ଭିକ୍ଷା କରି କରି l

ଭିକ୍ଷାକଲେ ପୁଣି ପ୍ରଭୁ ନିଳାଦ୍ରୀ ଵିହାରୀ ll

ଶୁଦ୍ଧ ପୂତ ସୂଚୀ ସ୍ଥାନେ କରୁ ମାଆ ବାସ l

ହସ୍ତର କୈବଲ୍ୟ ମାଆ କମଳା ବିଳାସ ll 

ଜୟ ଜୟ ଜୟ ମାଆ, ଜୟ ବିଶ୍ବଧାତ୍ରୀ l

ଚରାଚର ପ୍ରାଣୀଙ୍କୁ ପାଳୁ ମା ପଡ଼ିଦାତ୍ରୀ ll

ସୂଚିମନ୍ତେ ପୂଜି ମାଆ ଶ୍ରୀୟା ଚଣ୍ଡାଳୁଣୀ l

ଐଶ୍ୱର୍ଯ୍ୟଲଭିଲା ସର୍ଵ ଦିବ୍ୟ ଏ କାହାଣୀ ll

ତୋ' ଯଶ ଗାଇଲା ଭକ୍ତ ବଳରାମ ଦାସ l

ଦୟାମୟୀ ଦେଲୁ ତାରେ ବଇକୁଣ୍ଠ ବାସ ll

ଦୟିନୀ କରଇ ମାଆ ଶ୍ରୀକ୍ଷେତ୍ରର ରାଣୀ l

ଜୀବେ ଦୟା ରଖିଥିବୁ ବିଶ୍ବ ଠାକୁରାଣୀ ll

       


Rate this content
Log in