Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମଧୁ ମାଳତୀ

ମଧୁ ମାଳତୀ

1 min
5


      

ମଧୁ ମାଳତୀ ମଧୁ ମାଳତୀ l

     ମଧୁର ମଧୁରେ ମଧୁର ଅତି ll

ମଧୁକାଳେ ଫୁଟି ବାସ ଚହଟେ l

   କୋମଳପଲ୍ଲବ କୋମଳବୃନ୍ତେ ll

ରକ୍ତ ଶ୍ୱେତ ପୀତ ବୃନ୍ତ ନହକା l

   ମଳୟ ହିଲ୍ଲୋଳେ ଝୁମୁ ଝୁମୁକା ll

ହସି ହସି କଳି ହଲି ଦୋହଲି l

    ଚୁମି ଚୁମି ଯାନ୍ତି କଳିକା ଅଳି ll

ଚଷକେ ଚଷନ୍ତି ଅଳିକା ମଧୁ l

    ଆସ ଆସ ମୋର ବରଜବଧୂ ll

ମଧୁ ମାଧବ ଏ ମାସ ମଧୁର l

   ମଧୁ ମାଳତୀ ଏ ପୁଷ୍ପେ ସୁନ୍ଦର ll 

ମଧୁର ଧରାରେ ବସନ୍ତ କାଳ l

   ମାଧବ ହୋଇଲେ ନନ୍ଦ ଦୁଲାଳ ll

ମାଳତୀ କୁଞ୍ଜରେ କୁଞ୍ଜବିହାରୀ l

  ମାଳତୀ ସୁବେଶ ହୋଇଲେ ହରି ll

ଧନ୍ୟରେ କୁସୁମ ମଧୁ ମାଳତୀ l

    ରାଧା ମାଧବଙ୍କ ତୁ ପ୍ରୀୟ ଅତି ll

ନମଃ ନମଃ ପ୍ରଭୁ ମାଧବ ରାଇ l

    ଭବୁ ପାରି କର ଭାବ ବଢ଼ାଇ ll

        


Rate this content
Log in

Similar oriya poem from Inspirational