ଜାନକୀ ଜନ୍ମ
ଜାନକୀ ଜନ୍ମ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଜନକପୁରୀରେ ବାଜେ ମଙ୍ଗଳ ମହୁରୀ l
କନକ ବରଣୀ ସୀତେ ଛନ୍ତି ଅବତରୀ ll
କେତେ କାଳ ତପ କରି ରାଜର୍ଷି ଜନକ l
ଭୂମି କର୍ଷି ପାଇଛନ୍ତି ଦିବ୍ୟ କନ୍ୟା ଏକ ll
ମହା ଉଲ୍ଲାସରେ ମହାରାଣୀ, ସୁନୟନା l
ବାଣ୍ଟୁଛନ୍ତି ଖିରି ମିଠା ନାନା ପିଠା ପଣା ll
ମହା ଆନନ୍ଦରେ ଶ୍ରୀ କନକ ମହାରାଜା l
ଦାନ ଦ୍ୟନ୍ତି ଅନ୍ନ ବସ୍ତ୍ର ବାଜୁଅଛି ବାଜା ll
ଲକ୍ଷଧେନୁ ସ୍ୱର୍ଣ୍ଣ ରାଜା ବିପ୍ରଙ୍କୁ ବାଣ୍ଟିଲେ l
ରତନ ପାଇଛି ଭାଗ୍ୟବାନ ମୁଁ ଭୁତଳେ ll
ନାମକରଣେ ବୋଇଲେ ଗ୍ରହବିପ୍ର ଆସି l
ସର୍ଵସୁଲକ୍ଷଣୀ ତୁମ୍ଭ କନ୍ୟା ଲକ୍ଷ୍ମୀଅଂଶୀ ll
ସ
ିଆରୁ ଜନମ ଯେଣୁ ନାମ ତାର ସୀତା l
ପାର୍ଥିବୀ ପୃଥିବୀ ସୂତା ବିଦେହ ବନିତା ll
ଜନକ ଦୁହିତା ନାମ ଜାନକୀ ତା ହେବ l
ପତିବ୍ରତା ସତୀ ଭାଗ୍ୟେ ବିଷ୍ଣୁଙ୍କୁ ବରିବ ll
ଦୁଃଖିନୀ କପାଳ ସୁଖ ଲେଶନାହିଁ ତାର l
ପତିବ୍ରତା ସତୀ ବୋଲି ପୂଜିବ ସଂସାର ll
ଦକ୍ଷିଣା ପାଇ ସନ୍ତୁଷ୍ଟେ ଗ୍ରହବିପ୍ରେ ଗଲେ l
ଜନକପୁରରେ ସତୀ ଝୁଲୁଛନ୍ତି ଦୋଳେ ll
ଜନକ ପୁରୀରୁ ଏବେ ଫେରୁଛି ମୁଁ ଭାଇ l
ମଜାମାରି ଖଜା ମାତ୍ର ଦୁଇଗୋଟି ଖାଇ ll
ନମାମି,ନମାମି ସୀତେ, ନମାମି, ନମାମି l
ଜଗତ ଜନନୀ ଆଜ ଶ୍ରୀସୀତା ନବମୀ ll