ଜୟ ମାଆ ମନ୍ଦାର ମାଳିନୀ
ଜୟ ମାଆ ମନ୍ଦାର ମାଳିନୀ


ଜୟ ଜୟ ମାଆ ମନ୍ଦାର ମାଳିନୀ l
ମନ୍ଦହାସିନୀ ମା ବିନ୍ଧ୍ୟନିବାସିନୀ ll
ତୁହି ମା' ତାରିଣୀ ବିଘ୍ନ ବିନାସିନୀ l
ମଙ୍ଗଳମୟୀ ମା' ଶଙ୍କର ଘରଣୀ ll
ମୋହିନୀରୂପରେ ଦୟିତ ମୋହିଲୁ l
ମହାମାୟୀ ମାଲୋ ମହିଷା ବଧିଲୁ ll
ଦୁର୍ଗମକାଳରେ ଦେବ କଲେ ସ୍ତୁତି l
ଦୁର୍ଗା ରୂପେ ମାଆ ନାଶିଲୁ ଦୁର୍ଗତି ll
ତୁହି ମା' କାଳିକା ଅମ୍ବିକା ଗଉରୀ l
ଉମା କାତ୍ୟାୟନୀ ପରମଇଶ୍ୱରୀ ll
ମଙ୍ଗଳମୟୀ ମା' ଜନନୀ ମଙ୍ଗଳା l
ସୁମରଣେ ମାଆ ସର୍ଵ କଷ୍ଟ ଗଲା ll
ମଙ୍ଗଳ କାରିଣୀ ମାଆ ଦୟାମୟୀ l
ନାମରେ ଦୁରିତ ଦୂରେ ଥାଏ ରହି ll
ଶାରଳା, ବିମଳା, ମାଆ ବିରଜାଇ l
ଲୀଳାକରୁ ମାଆ ବହୁ ରୂପେ ରହି ll
ଲୀଳା ବର୍ଣ୍ଣିବାକୁ କାହିଁ ମୋର ବୁଦ୍ଧି l
ବିଦ୍ୟାବୁଦ୍ଧି ମାଆ ଦେଉ ସର୍ଵ ସିଦ୍ଧି ll
ଦୟାସାଗରୀ ମା ଜଗତ କଲ୍ୟାଣୀ l
ନମସ୍ତତେ, ନମସ୍ତୁତେ, ନାରାୟଣୀ ll