STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ମାଆ ବୀଣାପାଣି

ଜୟ ମାଆ ବୀଣାପାଣି

1 min
333



   ଜୟ ମାଆ ବୀଣାପାଣି l

   କାବ୍ୟକଳା ଠାକୁରାଣୀ l

ଜୟ ଜୟ ଜୟ ମାଆ କବିଜନନୀ l

    ଜୟ ମରାଳବାହନୀ l

    ଶୁଭ୍ର କମଳ ବାସିନୀ l

ବୀଣା ପୁସ୍ତକ ଧାରିଣୀ ଶୁଭ୍ର ବସନୀ l

   ଘେନ ମାଆ ମୋର ପ୍ରଣତି, 

ନମସ୍ତୁତେ ନମସ୍ତୁତେ ମାଆ ଭାରତୀ ll

    ଜୟ ଜୟ ଜୟ ବାଣୀ l 

    ବିଦ୍ୟାପ୍ରଦେ ଠାକୁରାଣୀ l

ବିଷ୍ଣୁ ମନୋହାରିଣୀ ମା ବିଶ୍ଵ ଜନନୀ l

   ଜୟ ମା ବେଦ ବାଦିନୀ l

   ବୀଣା ନାଦେ ବେଦ ଭଣି l

କରୁଣାମୟୀ ଜନନୀ ପଦ୍ମ ଲୋଚନୀ ll 

   ଘେନ ମାଆ ମୋର ପ୍ରଣତି,

ନମସ୍ତୁତେ ନମସ୍ତୁତେ ମାଆ ଭାରତୀ ll

     ଜୟ ମାଆ ବ୍ରହ୍ମବିଦ୍ୟା l

     ନାଶୁ ମା ସର୍ଵ ଅବିଦ୍ୟା l

ବିଦ୍ୟା ବୁଦ୍ଧି ପ୍ରଦାୟିନୀ ମାଆ ଶାରଦା l

     ବନ୍ଦଇ ମା ବ୍ରହ୍ମବିଦ୍ୟା l

     ନାଶ ମୋହର ଅବିଦ୍ୟା l

ଜୟ ମାଆ ଭଗବତୀ, ମାଆ ବରଦା ll 

    ଘେନ ମାଆ ମୋର ପ୍ରଣତି,

ନମସ୍ତୁତେ ନମସ୍ତୁତେ ମାଆ ଭାରତୀ ll

     ପୁରାଣରେ ଅଛି ଶୁଣି l

     ଯାଜ୍ଞବଲ୍କ୍ୟ ମହାମୁନି l

ଗୁରୁ ଶାପେ ସର୍ଵ ବିଦ୍ୟା ଥିଲେ ବିସ୍ମରି l

    ତୋ ପୟରେ ମାଆ ପୁଣି l

    କଲେ ଯେ ଦୟିନୀ ମୁନି l

ସର୍ଵବିଦ୍ୟା ଦେଲୁ ମାଆ ପରମେଶ୍ୱରୀ ll 

   ଘେନ ମାଆ ମୋର ପ୍ରଣତି,

ନମସ୍ତୁତେ ନମସ୍ତୁତେ ମାଆ ଭାରତୀ ll

     ଜନ୍ମୁ ମୂର୍ଖ କାଳିଦାସ l

     ଚରଣକୁ କରି ଆଶ l

ବୋଲାଇଲେ ମହା କବି, ମହା ପଣ୍ଡିତ l

     ଚରଣରେ ତୋର ଦାସ l

     ଉତ୍କଳେ ଶାରଳା ଦାସ l

ରଚିଲେ ଚଣ୍ଡୀ ପୁରାଣ, ମହା ଭାରତ ll

   ଘେନ ମାଆ ମୋର ପ୍ରଣତି,

ନମସ୍ତୁତେ ନମସ୍ତୁତେ ମାଆ ଭାରତୀ ll

     ଜୟ ମାଆ ସରସ୍ୱତୀ l

     ଜ୍ଞାନପ୍ରଦେ ବିଦ୍ୟାଦାତ୍ରୀ l

ବିଦ୍ୟା ଅଧିଷ୍ଠାତ୍ରୀ ମାଆ ବ୍ରହ୍ମ ଚାରିଣୀ l

     ଜୟ ଜୟ ଭଗବତୀ l

     ଶୁଭ ଶୁଦ୍ଧ ଜ୍ଞାନଦାତ୍ରୀ l

ବାକ୍ୟ ଦେବୀ ନାରାୟଣୀ ଜଗଜ୍ଜନନୀ ll 

    ଘେନ ମାଆ ମୋର ପ୍ରଣତି,

ନମସ୍ତୁତେ, ନମସ୍ତୁତେ, ମାଆ ଭାରତୀ ll

      ଜୟ ମା କରୁଣାମୟୀ l

      ମାଗୁଣି ଚରଣେ ଏହି l

ଦୟା ରଖିଥିବୁ ମାତେ ଅଜ୍ଞ ତୋ ସୂତେ l

     ନମସ୍ତେ ମାଆ ଭାରତୀ l

     ଜ୍ଞାନ ମୟୀ ଜ୍ଞାନ ଦାତ୍ରୀ l

ଅଜ୍ଞାନ ତମକୁ ମୋର ନାଶଲୋ ମାତେ ll 

    ଘେନ ମାଆ ମୋର ପ୍ରଣତି,

ନମସ୍ତୁତେ, ନମସ୍ତୁତେ, ମାଆ ଭାରତୀ ll 

      


Rate this content
Log in

Similar oriya poem from Inspirational