ରୁତୁରାଜ ବସନ୍ତ
ରୁତୁରାଜ ବସନ୍ତ


ରୁତୁରାଜ ବସନ୍ତ ତୁମ ହୋଇଅଛି ଆଗମନ
ମନଓପ୍ରାଣକୁ ଆନନ୍ଦିତ କରେ ମଳୟ ପବନ
ତୁମରି ସ୍ପଶରେ ଧରିତ୍ରୀ ଆନନ୍ଦେ ନାଚଇ
ଆମ୍ବ ପଣସର ମଧୁର ବାସ୍ନା ପବନେ ଦିଏ ମହକେଇ
ଜାଗର ରାତି ଆସିଛି ଅନ୍ଧକାର କରିବାକୁ ଦୂର
ମହଦେବଙ୍କ ମନ୍ଦିର ଚୁଡାରେ ମହଦିପ ଦିଶଇ ସୁନ୍ଦର
ବିମାନ ରେ ବସି ଦୋଳ ଜାତରେ ରାଧା କୃଷ୍ଣ ଆସନ୍ତି ଝୁଲି
ନାଚନ୍ତି ଆବାଳ ବୃଦ୍ଧ ବନିତା ଖେଳନ୍ତି
ଅବିରହୋଲି
ଫଗୁଣର ସାତ ରଙ୍ଗକୁ ଆଣିଛ ସାଥିରେ ତୁମର
ଜାତି ଧର୍ମ ଭୁଲି ରଙ୍ଗ କହେ ସଭିଏଁ ଆମର
ରୁତୁଙ୍କ ମଧେ ରାଜା ତୁମେ ଆହେ ପ୍ରିୟ ବସନ୍ତ
ଆସିଛି ପର୍ବ ପର୍ବାଣି ଖୁସି ଭରି ଦେଉ ହୋଇ ଯାଉ ଦୁଃଖ ଅନ୍ତ