STORYMIRROR

GAGAN KUMAR DASH

Inspirational

3  

GAGAN KUMAR DASH

Inspirational

ମୃତ୍ୟୁର ବିଭିଷିକା

ମୃତ୍ୟୁର ବିଭିଷିକା

1 min
209


ଜୀବନର ସାରୁ ପତ୍ର ଉପରେ

ହଲୁଥିବା କେଇ ବୁନ୍ଦା ଜଳ

ନିହାତି ଅସଜଡା ଅନିଶ୍ଚିତ ।


ମରୁଭୂମିର ପ୍ରଚଣ୍ଡ ଉଷ୍ମତାରେ

ପାଣି ଟୋପାଏ ପାଇଁ

ତୃଷାର୍ତ୍ତର ବିକଟାଳ ଚିତ୍କାର ।


କାମନାର ଲେଲିହାନ ଆଶା

ଲହ ଲହ ଜିଭ କାଢ଼ି ଥାଏ

ସତେକି ବଞ୍ଚିବାର 

ଅଶ୍ଵମେଧ ଯଜ୍ଞରେ

ମୃତ୍ୟୁର ବିଭୀଷିକା ।




Rate this content
Log in

Similar oriya poem from Inspirational