STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବନ୍ଦେ ମା' ଭାରତୀ

ବନ୍ଦେ ମା' ଭାରତୀ

1 min
300


   

ଦେଖିଛକି ଭାଇ ଦେଶଅଛି କାହିଁ 

   ଏ ମର୍ତ୍ତ୍ୟ ଭୂମେ ଅନ୍ୟତ୍ର l

ଶିରରେ ଯାହାର ହିମାଳୟ ଛତ୍ର 

   ବକ୍ଷେ ସରିତ ଏକତ୍ର ll

ହସ୍ତରେ ଯାହାର ଚାରି ବେଦ ପତ୍ର 

   ବେଦଧ୍ଵନୀ ମହାମନ୍ତ୍ର l

ଘରେ ଘରେ ହୋମଯଜ୍ଞ ମହାନନ୍ଦ 

   ପ୍ରାଣ ମନ ପୁଲକିତ ll

ଯହିଁ ଆଦ୍ୟ ବାଣୀ, ଓଁଙ୍କାରର ଧ୍ଵନୀ 

    ଆଦି ଅନାଦି ପୂରିତ l

ଅନୀଳରେ ଯାର ଗୋଧୁମ କୁଣ୍ଡଳୀ 

    ବାରି ଯା ପୂତ ପବିତ୍ର ll 

ଯେ ଭୂମେ ସମ୍ଭବ ପ୍ରଭୁ ବାସୁଦେବ 

   ଗୀତା ଶୁଣାଇଲେ ପାର୍ଥ l

ଶ୍ରୀରାମ ଚରିତ ଉଚ୍ଚେ ଉଚ୍ଚାରିତ 

  ମନ୍ତ୍ର ଯାଙ୍କ ତ୍ୟାଗ ସତ୍ୟ ll

ଚରଣ ଯାହାର ଧୋଏ ପାରାବାର 

   କାଶ୍ମୀର ଶିରେ କିରୀଟ l

ବିନ୍ଧ୍ୟ, ହିମାଚଳ,

ଯମୁନା, ଗଙ୍ଗା 

   ତରଙ୍ଗେ ତରଙ୍ଗାୟିତ ll

ବ୍ୟାସ ବାଲମିକ ଚୈତନ୍ୟ କବୀର 

   ଜନମିଲେ କେତେ ସନ୍ଥ l

ଘରେଘରେ ପୂଜା ଗୀତା ଭାଗବତ 

   ପୂଣ୍ୟ ରାମାୟଣ ଗ୍ରନ୍ଥ ll 

ମହା ଦାନୀ ପୁଣି ମହା ବୀର କର୍ଣ୍ଣ 

   ରାଧେୟ ସୂର୍ଯ୍ୟଙ୍କ ସୂତ l

ଦେଲେ ଅକାତରେ ବକ୍ଷ ଚିରି ବର୍ମ 

   ବଳିଦେଲେ ପ୍ରିୟ ପୁତ୍ର ll 

ସତ୍ୟ ଶାନ୍ତି ବାଣୀ ବିଶ୍ୱରେ ବଖାଣି 

    ଭ୍ରାତୃତ୍ଵ ଯାହାର ମନ୍ତ୍ର l

ପ୍ରଜାତନ୍ତ୍ର ଲୋକତନ୍ତ୍ର ଶାସ୍ତ୍ର ବାଣୀ 

    ବିଶ୍ୱେ ବଡ଼ ଗଣତନ୍ତ୍ର ll 

ଦେଖିଛ କି ଭାଇ ଦେଶଅଛି କାହିଁ 

   ସେହି ମୋ ପୁଣ୍ୟ ଭାରତ l

ବନ୍ଦେ ମା ଭାରତୀ ବନ୍ଦେ ଭଗବତୀ 

   ପୂଣ୍ୟଭୂମି ଆର୍ଯ୍ୟାବର୍ତ୍ତ ll

  


Rate this content
Log in

Similar oriya poem from Inspirational