STORYMIRROR

Anuja Behera

Inspirational Others

3  

Anuja Behera

Inspirational Others

ଦରଦୀ ବନ୍ଧୁ

ଦରଦୀ ବନ୍ଧୁ

1 min
527


ବନ୍ଧୁ .......


ସ୍ୱାର୍ଥ ଅହଂଭାବ ନ କରେ ପ୍ରଭାବ

ନିଜକୁ ଦେଇଛ ବାଜି

ବନ୍ଧୁର ସେବାରେ ଥାଏ ଯେ ତତ୍ପର

ସଦା ଦେବଦୂତ ସାଜି


ନିଜ ସୁଖ ଫିଙ୍ଗି ଦୁଃଖକୁ ଆଦରି

କରି କେତେ ଅଭିନୟ

ବୁଝି ବନ୍ଧୁଚିତ ସାଜି ମୋର ମିତ

ନିକଟ ହୁଅ ସଦୟ


ସଂସାର ଯନ୍ତ୍ରଣା ଛାତିରେ ଲୁଚେଇ

ମୋ ଆଗେ ମୁରୁକି ହସ

ଜହ୍ନଠୁ ଶୀତଳ କୋମଳ ବି ତମେ 

ନାହିଁ ତମ ପାଶେ ରୋଷ


ତୁମ ପରି ବନ୍ଧୁ ମିଳୁଥାଉ ମତେ

ଦୁଃଖ ଛୁଇଁବନି ପାସ

ଓଠରେ ତମର ଏମିତି ସର୍ବଦା

ଝଲସି ଥାଉଟି ହସ


ଭାବ ସୌଦାଗର ମନରେ ଆଦର

ହୃଦେ ପବିତ୍ରତା ସିନ୍ଧୁ

ସୁଖେ ଦୁଃଖ ତମେ ଆରି ଆପଣାର

ତମ ମୋ ଦରଦ ବନ୍ଧୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational