STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ଶନିଦେବ

ଜୟ ଶନିଦେବ

1 min
280



ଜୟ ଶନିଦେବ ସୂର୍ଯ୍ୟଙ୍କ କୁମର 

   ଜୟ ଜୟ ମହାଗ୍ରହ l

ପ୍ରାଣୀଙ୍କୁ କଷଣ ନପଡ଼ଇ କେବେ 

   ଥିଲେ ତୁମ୍ଭ ଅନୁଗ୍ରହ ll

ଆହେ ନ୍ୟାୟବନ୍ତ ଛାୟାଙ୍କର ସୂତ 

   ପ୍ରାଣୀଙ୍କୁ କଷ କଷଣେ l

ତୁମ୍ଭ ବକ୍ରଦୃଷ୍ଟି ପ୍ରାଣୀଙ୍କୁ ପଡ଼ିଲେ 

   ବର୍ତ୍ତି ନପାରନ୍ତି ଜଣେ ll 

ଶୁଣିଅଛି କର୍ଣ୍ଣେ ତୁମ୍ଭ କୋପୁ ଦିନେ 

   ବର୍ତ୍ତି ନ ପାରିଲେ ଶିବ l

ଯାହାଙ୍କୁ ବୋଲନ୍ତି ତ୍ରିପୁରାରୀ ପ୍ରଭୁ 

  ଦେବଦେବ ମହାଦେବ ll 

ତୁମ୍ଭ କୋପବଳେ ନଳ ରାଜାଙ୍କର 

   କରମ ହୋଇଲା ବଙ୍କା l

ବିଶ୍ରବାର ସୂତ କେଡ଼େ ବଳବନ୍ତ 

   ଜଳିଗଲା ସ୍ଵର୍ଣ୍ଣଲଙ୍କା ll 

ରାଜା ହରିଶ୍ଚନ୍ଦ୍ର ରାଜ୍ୟ ହାରି ପୁଣି 

  ଜଗିଲେ ଯାଇ ଶ୍ମଶାନ l

ଅକାଳପଡ଼ିଲା ଅଯୋଧ୍ୟା ନବରେ 

   ଶ୍ରୀରାମ ଚଳିଲେ ବନ

ll 

ଯମ ଓ ଯମୁନା ଭାଇ ଭଗ୍ନୀ ତବ

    କାକ ବାହନ ତୁମ୍ଭର l

ଦ୍ଵିଚକ୍ର ରଥରେ ଆହେ ମହାଗ୍ରହ 

    ବିଶ୍ଵ ପରିକ୍ରମା କର ll

ଦଶାନନ କାଳେ ବାନ୍ଧି ରଖିଥିଲା 

   ପୁରାଣେ ଅଛି ବର୍ଣ୍ଣନ l

ମୁକୁଳାଇ ଥିଲେ ବାୟୁପୁତ୍ର ଯାଇ 

   ମହାବୀର ହନୁମାନ ll

ଏଣୁ ତୁମ୍ଭ ବାରେ ପୂଜିଥାନ୍ତି ନରେ 

   ସାଥେ ପ୍ରଭୁ ହନୁମାନ l

ତୁମ୍ଭ ପ୍ରୀୟ ଅତି ସର୍ଷପର ତୈଳ 

   କଣ୍ଟା ଓ କଳା ସୁମନ ll

ଭକ୍ତିରେ ପୁଜନ୍ତି ସର୍ଵ ନରନାରୀ 

   ତୁମ୍ଭେ ଯେଣୁ ଦୟାବନ୍ତ l

ଅପୁତ୍ରି ନନ୍ଦନ ଅନ୍ଧକୁ ଲୋଚନ 

   ନିର୍ଦ୍ଧନ ଲଭଇ ବିତ୍ତ ll

ବାରମଧ୍ୟେ ସାର ଆଜ ଶନିବାର 

   ବନ୍ଦେ ଶନି ଶୁଦ୍ଧଚିତ୍ତେ l

ଜୟ ଶନିଶ୍ଚର ଅଜ୍ଞାନୀ ପାମର 

  ଦୟାରଖିଥିବେ ମୋତେ ll 

  


Rate this content
Log in

Similar oriya poem from Inspirational