STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମାଘ ମାହାତ୍ମ୍ୟ

ମାଘ ମାହାତ୍ମ୍ୟ

1 min
241


   

ମାଘମାସେ ବାଘ ଜାଡ଼ ପଡ଼ିଛି l

    ଆକାଶରେ ମଘା ନକ୍ଷତ୍ର ଅଛି ll

ମଘା ମାଘ ମାସ ପବିତ୍ର ଅତି l

     ପୂଜା ବ୍ରତ ହୁଏ ଜାତିକୁ ଜାତି ll

ମାଧବଙ୍କ ନାମ ରାଧା ମାଧବ l

     ଭଵ କର୍ଣ୍ଣଧାର କରୁଣା ନାଵ ll

ସୂର୍ଯ୍ୟ ଦେବତାଙ୍କ ଉତ୍ତରାୟଣ l

    ମରତ ଛାଡ଼ିଲେ ଗଙ୍ଗାନନ୍ଦନ ll

ଦିବ୍ୟପୂଜା ମାଆ ରଟନ୍ତୀ କାଳି l

    ଶ୍ମଶାନ ବାସିନୀ ନୃମୁଣ୍ଡ ମାଳୀ ll

ମାଆଙ୍କ ପାଖରେ ନ ଦିଅ ବଳି l

    ସର୍ବଜୀବ ଏକ ମନୁଷ୍ୟ ଛେଳି ll

ମାଆ ବୀଣାପାଣି ଆସିବେ ପୁଣ l

    ଅଜ୍ଞାନ ନାଶିବେ ବାଣ୍ଟି ବିଜ୍ଞାନ ll

ମରତେ ଶୁଭଇ ବେଦର ଧ୍ୱନୀ l

     ଶୁଭ ଆଗମନୀ ହଂସବାହନୀ ll

ଚନ୍ଦ୍ରଭାଗା ତୀର୍ଥେ ଯିବଟି ଭାଇ l

    ମାଘ ସପ୍ତମୀରେ ବୁଡ଼ ପକାଇ ll

ସାତ ଥର ସଖୀ ଯିବ ଟି ଗଙ୍ଗା l

    ଥରେ ମାତ୍ର ଯିବ ଚନ୍ଦର ଭାଗା ll

ରଙ୍ଗା ପଡ଼ିଯିବ ମୁହଁଲୋ ମଣି l

     ତହିଁ ରାମଚଣ୍ଡୀ ଛନ୍ତି ଭଉଣୀ ll

ଖଣ୍ଡଗିରିଠାରେ ସାଧୁଙ୍କ ମେଳା l

    ଐର ଖାରବେଳ କିରତୀ କଳା ll

ପଦ୍ମବେଶ ହେଲେ ଜଗନ୍ନିବାସେ l

    ପୀରତି ବହି ମନୋହର ଦାସେ ll

ସ୍ଵ ନକ୍ଷତ୍

ରେ ପୂଜା ମାଆ ବିରଜା l

    ଗର୍ବେ ଯାଜପୁରେ ଉଡ଼ଇ ଧ୍ବଜା ll

ଭୀମ କନ୍ଧ ଅନ୍ଧ ଖଞ୍ଜଣୀ କହି l

     ପ୍ରାଣୀଙ୍କ ଆରତ ସହି ନୁହଁଇ ll

ଯୋରନ୍ଦା ଗାଦିର ମହିମାମେଳା l

    ଧୁନୀ ଜଳେ ଭାଇ ବିଶ୍ୱ ମଙ୍ଗଳା ll

ମାଘ ପୂର୍ଣ୍ଣିମାରେ ଗଜ ଉଦ୍ଧାରି l

     ଚକ୍ରପେଷି ନକ୍ର ନାଶିଲେ ହରି ll

ଗଜଉଦ୍ଧାରଣ ହୋଇଲେ ବେଶ l

     ଦରଶନେ ଭକ୍ତ ଲଭି ସନ୍ତୋଷ ll

ଶୀତ ଶେଷେ ଭାଇ ଅଗି ଜଳିଲା l

    ସୋଉଭାଗ୍ୟ ଦିଗେ ଅଗି ଟଳିଲା ll

ସଜ ହୋଇଲେଣି କଳା କହ୍ନାଇ l

    ଫଗୁଣ ଫଗୁରେ ବିମାନାରୋହୀ ll

ଭକ୍ତ ଦ୍ୱାରେ ଦ୍ୱାରେ ବୁଲିବେ ଭାଇ l

   ଭକତେ ନାଚିବେ ତାଥେଇ ଥେଇ ll

ମାଘେ ଶୀତ ମେଘେ ଶୀତକୁ କହି l

     ଦଇତ୍ୟ ଦିଓଟି କଲେ ଲଢେ଼ଇ ll

କଳି ତୁଟାଇଲେ, କହିଲେ, ପ୍ରଭୁ l

  ମାଘେ ମେଘେ ଶୀତ ହୋଇବ ବାବୁ ll

ମକର ପରବେ ବକର ସୂର୍ଯ୍ୟ l

     ମକର ବସିବା ଆସ ଗୋ ଆଜ ll

କାମଦେବ ଦୂତେ ସାଧିଲେ ସ୍ୱର l

      ଚୂତତରୁ ମାନେ ଧରି ଅଙ୍କୁର ll

ନମଃ ନମଃ ପ୍ରଭୁ ଦେବ ଅଚ୍ୟୁତ l

    ଧନ୍ୟ ତୁମ୍ଭ ସୃଷ୍ଟିଲୀଳା ବୈଚିତ୍ର୍ୟ ll

     


Rate this content
Log in

Similar oriya poem from Inspirational