ନମସ୍ତେ ପ୍ରଭୁ ବିଘ୍ନରାଜା
ନମସ୍ତେ ପ୍ରଭୁ ବିଘ୍ନରାଜା


ନମସ୍ତେ ପ୍ରଭୁ ବିଘ୍ନରାଜା l
ବିଦ୍ୟା ଆରମ୍ଭେ ତୁମ୍ଭ ପୂଜା ll
ନମସ୍ତେ ପ୍ରଭୁ ଗଣପତି l
ମାତା ତୁମ୍ଭର ପାରବତୀ ll
ନମସ୍ତେ ପ୍ରଭୁ ଗଜାନନ l
ପିତା ତୁମ୍ଭର ତ୍ରିଲୋଚନ ll
ନମସ୍ତେ ପ୍ରଭୁ ମହାକାୟ l
ଭ୍ରାତା ତୁମ୍ଭର କାର୍ତ୍ତିକେୟ ll
ନମସ୍ତେ ପ୍ରଭୁ ଆଦିଦେବ l
ରିଦ୍ଧି ସିଦ୍ଧିଙ୍କ ତୁମ୍ଭେ ଧବ ll
ନମସ୍ତେ ପ୍ରଭୁ ଏକଦନ୍ତ l
ବାହନ ତୁମ୍ଭର ମୂଷିକ ll
ନମସ୍ତେ ପ୍ରଭୁ ଲମ୍ବୋଦର l
ପାଶ ଅଙ୍କୁଶ ଶୋଭେ କର ll
ନମସ୍ତେ ପ୍ରଭୁ ବିଦ୍ୟାଦାତା l
ସ୍କନ୍ଧରେ ଉତ୍ତରୀ ପଇତା ll
ନମସ୍ତେ ପ୍ରଭୁ ବକ୍ରତୁଣ୍ଡ l
p>
ବିଦ୍ୟାବାରିଧି ଗଜମୁଣ୍ଡ ll
ନମସ୍ତେ ପ୍ରଭୁ ବିନାୟକ l
ସମସ୍ତ ବିଦ୍ୟା ପ୍ରଦାୟକ ll
ନମସ୍ତେ ନମସ୍ତେ ବିଘ୍ନେଶ l
ବିଘ୍ନ ହରତା ଶ୍ରୀଗଣେଶ ll
ନମସ୍ତେ ପ୍ରଭୁ ଅଗ୍ରପୂଜ୍ୟ l
ପ୍ରଭା ଗଞ୍ଜଇ କୋଟି ସୂର୍ଯ୍ୟ ll
ନମସ୍ତେ ଦେବଙ୍କ ନାୟକ l
ହେରମ୍ଭ ନାମ ତୋ ଅନେକ ll
ନମସ୍ତେ ଗୋଉରୀ ନନ୍ଦନ l
ତୋତେ ବନ୍ଦିଲି ଭଗବାନ ll
ନମସ୍ତେ ସର୍ଵ ସିଦ୍ଧି ଦାତା l
ଆଶିଷେ ମୂକ କହେ କଥା ll
ବନ୍ଦଇ ଚରଣ ତୋହର l
ନାଶ ମୋ ଅବିଦ୍ୟା ଅନ୍ଧାର ll
ନମସ୍ତେ ପ୍ରଭୁ ବିଦ୍ୟାପତି l
ଚରଣେ ତୋହର ପ୍ରଣତି ll