STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଭକ୍ତକବି ମଧୁସୂଦନ ରାଓ

ଭକ୍ତକବି ମଧୁସୂଦନ ରାଓ

1 min
410



ଧନ୍ୟ ଧନ୍ୟ ତୁମେ ଉତ୍କଳର କବି l

  ଉତ୍କଳେ ତୋଳିଲ ସାହିତ୍ୟର ଛବି ll 

ମଧୁମୟ ଗୀତ ଭକ୍ତିରସେ ପୂର୍ଣ୍ଣ l

     ଭକ୍ତକବି ଆହେ ଶ୍ରୀମଧୁସୂଦନ ll 

ଚଟୁଳ ରଚନା ଶିଶୁବୋଧ ଗୀତି l

    ଉତ୍କଳ ଶିଶୁଙ୍କୁ ଶିଖାଇଲ ନୀତି ll 

ବର୍ଣ୍ଣବୋଧ ତୁମ ଆଜି ଉତ୍କଳରେ l

   ଶିଶୁପାଠ୍ୟ ପରିଚିତ ଘରେ ଘରେ ll 

କ୍ରମେ ମଧୁଅନ୍ତେ ଆସଇ ଗ୍ରୀଷମ l

    ମନୋହର ଋତୁ ବର୍ଣ୍ଣନା କୁସୁମ ll 

ସୀତା ବନବାସ ତୁମ୍ଭ ଯେ ପଢ଼ିବ l

   ଦୁଃଖରେ ନିଶ୍ଚୟ କାନ୍ଦି ପକାଇବ ll 

ତବ ପ୍ରେମସ୍ରୋତେ ଭସାଅ ପରାଣ l

   ଭକ୍ତିମୟ ଗୀତ ବିଦ୍ୟାର୍ଥୀ ଗାୟନ ll 

ପଙ୍କରୁ ଜାତ ସେ ରୂପେ ପଙ୍କଜର l

  &nb

sp; ବନ୍ଦନା ପୟର ପ୍ରଭୋ ପରାତ୍ପର ll 

କେଉଁ ନାମେ ପ୍ରଭୁ ଡାକିବି ତୁମ୍ଭକୁ l

    ତୁମ୍ଭେ ପରା ସର୍ବନାମ ବୁଝିବାକୁ ll 

ନିର୍ବାସିତର ସେ ବିଳାପ କାହାଣୀ l

    କବିତା ରଚିଲ ଇଂରାଜୀରୁ ଆଣି ll 

ନିଶବ୍ଦ ଶ୍ରୋତରେ ବହୁଛି ଜୀବନ l

   ଆତ୍ମ ଉଦ୍ବୋଧନେ ଆତ୍ମ ସଚେତନ ll

ଉତ୍କଳ ବାଣୀଙ୍କ ତୁମ୍ଭେ ବରପୁତ୍ର l

   ଭଣ୍ଡାରେ ଭରିଲ ଉତ୍କୃଷ୍ଟ ସାହିତ୍ୟ ll 

ଆହେ ଭକ୍ତ କବି ଭାସ୍ୱର ଭାବୁକ l

   ଉତ୍କଳସାହିତ୍ୟ ଉଜ୍ଜ୍ବଳ ଜ୍ୟୋତିଷ୍କ ll 

ଚିର ବନ୍ଦନୀୟ ତୁମ୍ଭେ କବି ବର l

    ଭକ୍ତିମୟଗୀତ ମୁଖସ୍ଥ ମୋହର ll 

କାଳଜୟୀ ଯଶ ରଖିଲ କାଳକୁ l

  କୋଟି ଶ୍ରଦ୍ଧାଞ୍ଜଳୀ ଜଣାଏ ତୁମ୍ଭକୁ ll

  


Rate this content
Log in

Similar oriya poem from Inspirational