STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଆଜି ଆମର ଜାତୀୟ ପର୍ବ

ଆଜି ଆମର ଜାତୀୟ ପର୍ବ

1 min
363



ଆଜି ଆମର  ଜାତୀୟ ପର୍ବ 

   ଛବିଶ ଜାନୁଆରୀ l

କରିବା ଆସ  ଆସରେ ମିଶି 

   ଆସ ପ୍ରଭାତଫେରି ll

ମୃଦଙ୍ଗ ଝାଞ୍ଜ  କରରେ ସାଜ 

   ଗାଇବା ରାମଧୁନ୍ l

ପ୍ରଜା ରଞ୍ଜକ  ରଘୁ ନାୟକ 

  ତାଙ୍କରି ନାମ ଶୁଣ୍ ll 

ଆମ ଶାସନ ହାତକୁ ନେଲୁ 

   ଆଜିର ଦିନେ ପୁଣି l

ପ୍ରଜାତନ୍ତର  ଘୋଷଣା କଲୁ 

   ସମସ୍ତେ ଥାଅ ଶୁଣି ll

ଆମରି ନାଆ ନାଉରୀ ଆମେ 

  ଚଳାଉ ଆମ ନାଆ l

ସରବେ ଆମେ ଭଉଣୀ ଭାଇ 

  ଏକଇ ଆମ ମାଆ ll 

କେତେ ତ୍ୟାଗର ବଳରେ ସିନା 

   ପାଇଛୁ ସ୍ଵାଧୀନତା l

ଟାଙ୍କୁରି ଉଠେ  ଲୋମ ସଭିଙ୍କ 

  ମନେପଡ଼ି ସେକଥା ll

ପ୍ରଜାଙ୍କ ପାଇଁ  ପ୍ରଜାଙ୍କୁ ନେଇ 

   ଆମରି ପ୍ରଜାତନ୍ତ୍ର l

ସାରା ବିଶ୍ବରେ   ଅଟେ ବୃହତ 

  &

nbsp; ଆମରି ଗଣତନ୍ତ୍ର ll

ସ୍ବାଧିନ କଥା   ସ୍ଵାଧୀନ ଚିନ୍ତା

    ସ୍ବାଧିନ ସମପ୍ରୀତି l

ସହାବସ୍ଥାନ  ଭାଇ ଚାରାରେ 

   ଆମ ଶାସନ ନୀତି ll 

ଶାସନ ପାଇଁ   ଗଢିଛୁ ଆମେ 

    ସୁନ୍ଦର ସମ୍ବିଧାନ l

ଦେଶ ସଂହିତା  ସେହି ଆମର 

   ରଖିବା ତାର ମାନ ll 

ଭାରତ ଆମ    ଜନମ ଭୂଇଁ 

   ଜମା ଭୁଲିବା ନାହିଁ l

ତାହାରି କୋଳେ  ହସି ବୁଲିବା 

   ଖେଳିବା ନାମ ଗାଇ ll

ପ୍ରଭାତ ଫେରି  ମିଳିବା ସାରି 

   ତ୍ରିରଙ୍ଗା ବାନା ତଳେ l

ଆମ ଗୌରବ   ଆମ ଗରଵ 

   ଭୁଲିବା ନାହିଁ ତିଳେ ll 

ଆଜି ଦିବସେ  ଶୁଣ ହେ ଭାଇ 

  ଏତିକି ହେଉ ଧ୍ୟେୟ l

ଜୟ ଭାରତ   ଜୟ ଭାରତ 

   ଭାରତ ମାତା ଜୟ ll 

  


Rate this content
Log in

Similar oriya poem from Inspirational