STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ନମସ୍ତେ ଦେବ ତମୋଘ୍ନ

ନମସ୍ତେ ଦେବ ତମୋଘ୍ନ

1 min
10



ନିଶାମଣି ଅସ୍ତ ଗଲେ ପାହିଲା ଶର୍ବରୀ

ନମଃ ସୂର୍ଯ୍ୟନାରାୟଣ ତମନାଶକାରୀ ll


ନମସ୍ତେ ତମୋଘ୍ନ ନମ ନମ ଅଂଶୁମାଳୀ

ହିମୋଘ୍ନ, ହିମ ନାଶକ ପ୍ରଚଣ୍ଡ ପ୍ରଜ୍ବଳୀ ll


ନମସ୍ତେ ନମସ୍ତେ ନମ ଦେବ ଦିବାକର

ନମସ୍ତେ ନମସ୍ତେ ଦେବ ଭୁବନଭାସ୍କର ll


ନମୋନମ ନମ ଦେବ ବିବସ୍ୱାନ ଭାନୁ

ନମସ୍ତେ ଆଦିତ୍ୟଦେବ ଅଦିତିଙ୍କ ସୁନୁ ll


ନମୋ ନମଃ ଦିନନାଥ ପଦ୍ମିନୀ ରମଣ

ତବ ମୁଖ ଚାହିଁ, ଫୁଟିଲେଣି ଅବ୍ଜ ଗଣ ll


ନମଃ ନମଃ ସହସ୍ରାଂଶୁ ସପ୍ତାଶ୍ୱବାହନ

ବିଶ୍ଵ ସ୍ରଷ୍ଟା ବିଶ୍ଵ ଦ୍ରଷ୍ଟା ବିଶ୍ଵ ପର୍ଯ୍ୟଟନ ll


ମହାଦ୍ୟୁତି ନମନମ ଜ୍ୟୋତିଷ୍କଙ୍କ ପତି

ନମନମ ନମ ରବି ନମ ମହାଜ୍ୟୋତି ll


ନମସ୍ତେ ନମସ୍ତେ ନମନମ ଛାୟାକାନ୍ତ

ତପନଙ୍କ ଆଗମନେ ଧରା ଉଦ୍ଭାସିତ ll


ସକଳ ସୃଷ୍ଟି ଆଧାର ଆହେ ତେଜସ୍କର

ତିମିରନାଶକ ଘେନ କୋଟି ନମସ୍କାର ll

  


Rate this content
Log in

Similar oriya poem from Inspirational