STORYMIRROR

jyotsna mayee panda

Inspirational

3  

jyotsna mayee panda

Inspirational

ଅବିର..

ଅବିର..

1 min
242

ପ୍ରେମ ର ଅବିର ଦେହେ ବୋଲି ହୋଇ

ପ୍ରେମେ ଯେ ବିଭୋର ହେଲେ....

କୃଷ୍ଣ ପ୍ରେମ ରଙ୍ଗ ନିଜେ ବୋଲି ହୋଇ...

ପ୍ରେମ ରେ ସେ ମଜ୍ଜି ଗଲେ ll

ରୁଣୁ ଝୁଣୁ ସେଇ ପାଦରେ ନୁପୁର

ଯମୁନା ରେ ସେ ମିଳିଲେ...

କୃଷ୍ଣ ବଂଶୀ ସ୍ବନ ଶୁଣିଣ ସେ କର୍ଣ୍ଣେ....

ପ୍ରେମ ରେ ଅଧିର ହେଲେ ll

ଫଗୁଣ ଅବିର ଦେହେ ବୋଲି ହୋଇ

ପ୍ରେମ ରଙ୍ଗ ରେ ହଜିଲେ.....

ରାଧେ କୃଷ୍ଣ ଙ୍କର ଅପୂର୍ବ ମିଳନ..

ଗୋପିଏ ଦର୍ଶନ କଲେ.. Ii

କେଉଁ ଜନ୍ମ ରେ ସେ କେତେ ପୁଣ୍ୟ କରି

ରାଧା କୃଷ୍ଣ ଙ୍କୁ ପାଇଲେ...

ରାସ ରଚି ସେଇ ଯମୁନା କୂଳ ରେ

ଗୋପୀ ମାନଙ୍କୁ ମୋହିଲେ... Ii

କୃଷ୍ଣ ସାଙ୍ଗେ ରାଧା ପ୍ରେମ ର ଶୃଙ୍ଗାର

ପୁଷ୍ପ ଦୋଳି ରେ ଝୁଲିଲେ....

ଗୋପାଙ୍ଗନା ଙ୍କର ପ୍ରେମ ଭରା ଗୀତେ

ନିଜକୁ ହଜାଇ ଦେଲେ.. Ii

କୃଷ୍ଣ ପ୍ରେମେ ହଜି ଗଲେ... Ii



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational