ବରିଷ୍ଠ ପ୍ରଣାମ
ବରିଷ୍ଠ ପ୍ରଣାମ
ଅଗଷ୍ଟ ମାସର ସ୍ମରଣୀୟ ଅଟେ
ଏକୋଇଶି ତାରିଖ
ଗୁରୁ ଗୁରୁଜନ ସ୍ମରଣ ଗରିଷ୍ଠ
ବରିଷ୍ଠ ଯେ ନାଗରିକ ।
ତୁମେ କାଳଜୟୀ ଅତୁଟ ଅଭିଜ୍ଞ
ତୁମେ ପୁରୁଷ ପ୍ରଜ୍ଞାନ
ତୁମେ ପକ୍ଷୀ କ୍ଲାନ୍ତ ଶ୍ରାନ୍ତ ଅବିଶ୍ରାନ୍ତ
ଜ୍ୟୋତି ଦିଗନ୍ତ ଅମ୍ଳାନ ।
ଜଳିଅଛ କେତେ ସଳିତା ପ୍ରାୟକ
ଢାଳିଅଛ ଲହୁ ଲୁହ
ତୁମ ପରିଶ୍ରମ ବଳେ ବର୍ତ୍ତମାନ
ଏ ସଂସାର ସୁଖମୟ ।
ସହଜ ସ୍ୱଭାବ
ସମାଧାନ ସୂତ୍ର
ତୁମେ ଜୀବନ ଆଦର୍ଶ
ଲୋଡା ସର୍ବୋପରି ଜ୍ଞାନ ଅଭିଜ୍ଞତା
ତୁମ ସ୍ନେହ ପରାମର୍ଶ ।
ତୁମେ ବନ୍ଦନୀୟ ତୁମେ ପୂଜନୀୟ
ବୟୋଜ୍ୟେଷ୍ଠ ଗୁରୁଜନ
ତୁମ ଶୁଭାଶିଷେ ସମାଜ ଉନ୍ନତି
ସେବା ତୁମ ପୁଣ୍ୟ ଧର୍ମ ।
ଶୋଭାପାଅ ଶିରେ ଦିବ୍ୟ ଶୁଭ୍ର ତେଜେ
ଗୁରୁ ବ୍ରହ୍ମ ଗରୀୟାନ
ବରଦ ମୁଦ୍ରା ରେ ବରଷୁ ଅମୃତ
ହେଉ ଆମେ ଭାଗ୍ୟବାନ ।
--------------------