Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumita behera

Inspirational

3  

sumita behera

Inspirational

ସପନ

ସପନ

1 min
258



କେବେ ସ୍ୱପ୍ନ ଦେଖି ନ ଥିବା ମଣିଷଟିର 

କଣ ହେଲା କେଜାଣି ହଠାତ ସ୍ବପ୍ନଟିଏ ଦେଖିଲା

ତା' ସ୍ୱପ୍ନରେ ନୋଟ ଖାତା ସହ କଲମଟିଏ ଥିଲା

ଭାବିଲା ଯାହା ସବୁ କେବେ ପ୍ରକାଶ କରି ପାରିନି

ଆଜି ସବୁକିଛି ଲେଖି ପକେଇବ


ପ୍ରଥମେ ଲେଖିଲା , "ଚାଟଶାଳୀ ମାଷ୍ଟ୍ରଙ୍କର 

ବେତଟି ଆଜି ନିଶ୍ଚୟ ଭାଙ୍ଗିବି"


ଦ୍ଵିତୀୟରେ ଲେଖିଲା," ସପ୍ତମ ଶ୍ରେଣୀର ସହପାଠିନୀ

ନୀଳିମାର ରସଗୋଲା ପରି ଗାଲକୁ ଧୀରେ ଟିକେ ଛୁଇଁଦେବି"'..


ତୃତୀୟରେ ଲେଖିଲା," ଚାକିରୀ ପାଇଁ ସଂରକ୍ଷଣ ସିଷ୍ଟମକୁ ଉଠେଇଦେବି"...


ଚତୁର୍ଥରେ ଲେଖିଲା, " ପ୍ରେମିକାର ବିଭା ବେଦୀରୁ ତା' ସ୍ୱାମୀକୁ ଟାଣି ଫୋପାଡ଼ି ଦେଇ ନିଜେ ବର ହୋଇ ବସିଯିବି"..


ପଞ୍ଚମରେ ଲେଖିଲା," ପତ୍ନୀ ଓ ପିଲାମାନଙ୍କ ପାଇଁ ଘର ଗାଡି ସବୁ କରିଦେବି"...


ଷଷ୍ଠରେ ଲେଖିଲା," ପିତାମତାଙ୍କର ଜୀବିତ ଅବସ୍ଥାରେ ହିଁ ସେମାନଙ୍କର ଯତ୍ନ ନେବି"..


ସପ୍ତମରେ ଲେଖିଲା, ଭ୍ରଷ୍ଟାଚାରୀଙ୍କ ଗୁଳିକୁ ଖାତିର ନ କରି ଅନ୍ୟାୟ ବିରୁଦ୍ଧରେ ଖୁବ ଲେଖିବି, ଖୁବ ଲଢ଼ିବି "...


ସବୁକିଛି ଲେଖି ସାରିବା ପରେ ନିଦ ଭାଙ୍ଗିଗଲା। ପେନ ଓ କଲମ, ସ୍ୱପ୍ନ ସହ ଉଭେଇ ଯାଇଥିଲେ।




Rate this content
Log in

Similar oriya poem from Inspirational