ଧରା
ଧରା
ତୁମେ ନୁହଁ, ତୁମେ ନୁହଁ
ମୋ ରାହାର ଆହାଟିଏ
କେଉଁ ଏକ ଅପନ୍ତରା, ଅପହଞ୍ଚ ଇଲାକାର
ତୁମେ ବ୍ୟଥାଭରା କୋହଟିଏ......
କାୟାଠାରୁ ଛାୟା ମୋର
କେବେଠୁ ହଜିଛି
ମୁଁ ଏକ ଶୀତଳ ପିଣ୍ଡ ଅଜଣା, ବନ୍ଧୁର ପଥରେ
ନିଜ ଶବ ନିଜେ ବୋହି ଚାଲୁଛି
ଦୁଃଖ ମୋର, ମୋର ଥାଉ
ସୁଖରେ ମୁଁ ଅବଶ୍ୟ ଖୋଜିବି
ଝରିଗଲେ ବିନ୍ଦୁଏ ବି ଅଶ୍ରୁ ତୁମ
ମୋ ପଣତ ନିଶ୍ଚୟ ପାତିବି...
