STORYMIRROR

sumita behera

Romance

3  

sumita behera

Romance

ମିଛ ରାଣୀ

ମିଛ ରାଣୀ

1 min
180


    

ଅଫିସରୁ ଫେରି ଫୋନ ଖୋଲିଦେଲି

ତମକୁ ଦେଖିବି ବୋଲି,

ଖୁସି ହେଇଗଲି ଅନଲାଇନ ଅଛ

ମେସେଜ ପଠେଇ ଦେଲି।


ଅପେକ୍ଷା କରିଛି ଅଧ ଘଣ୍ଟେ ହେଲା

ଉତ୍ତର ପାଇବି ବୋଲି,

ମନ ମରିଗଲା ପ୍ରେମିକାକୁ ତୁମ।

ଲାଇନରେ ଦେଖିଦେଲି।


ଅଲଗା ସହରେ ଦୁହେଁ ରହୁଅଛ

ମନଟି ଏକାଠି ଅଛି,

ଗୋଟେ ଛାତ ତଳେ ରହିକି ବି ଆମେ

କେତେ ଦୁରତ୍ୱ ବଢିଛି।


ଘର ବାହାରର ପିଲାଙ୍କ ଜଞ୍ଜାଳ

ସବୁ ତ ତୁଲେଇ ଦେଲି

ଭଲ ପାଇବାରେ ଉଣା ବି କରିନି

ତଥାପି ଅଲୋଡ଼ା ହେଲି।


ପ୍ରେମିକା ତୁମର ନାରୀଟିଏ ହୋଇ

ନ ବୁଝିଲା ନାରୀ ଦୁଃଖ

ସେ ତ ପର ଝିଅ ତୁମେ ତ ନିଜର 

ଜାଣିଲନି ମୋର ସୁଖ।


ଅଫିସରୁ ଫେରି ଦୁନିଆ ବାହାନା

ମୋ ଆଗେ ସଜେଇ ଦେବ

ଛଳନା ଗହଣା ଯତନେ ପିନ୍ଧେଇ

ମିଛ ରାଣୀ ଆଖ୍ୟା ଦେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Romance