ମିଛ ରାଣୀ
ମିଛ ରାଣୀ
ଅଫିସରୁ ଫେରି ଫୋନ ଖୋଲିଦେଲି
ତମକୁ ଦେଖିବି ବୋଲି,
ଖୁସି ହେଇଗଲି ଅନଲାଇନ ଅଛ
ମେସେଜ ପଠେଇ ଦେଲି।
ଅପେକ୍ଷା କରିଛି ଅଧ ଘଣ୍ଟେ ହେଲା
ଉତ୍ତର ପାଇବି ବୋଲି,
ମନ ମରିଗଲା ପ୍ରେମିକାକୁ ତୁମ।
ଲାଇନରେ ଦେଖିଦେଲି।
ଅଲଗା ସହରେ ଦୁହେଁ ରହୁଅଛ
ମନଟି ଏକାଠି ଅଛି,
ଗୋଟେ ଛାତ ତଳେ ରହିକି ବି ଆମେ
କେତେ ଦୁରତ୍ୱ ବଢିଛି।
ଘର ବାହାରର ପିଲାଙ୍କ ଜଞ୍ଜାଳ
ସବୁ ତ ତୁଲେଇ ଦେଲି
ଭଲ ପାଇବାରେ ଉଣା ବି କରିନି
ତଥାପି ଅଲୋଡ଼ା ହେଲି।
ପ୍ରେମିକା ତୁମର ନାରୀଟିଏ ହୋଇ
ନ ବୁଝିଲା ନାରୀ ଦୁଃଖ
ସେ ତ ପର ଝିଅ ତୁମେ ତ ନିଜର
ଜାଣିଲନି ମୋର ସୁଖ।
ଅଫିସରୁ ଫେରି ଦୁନିଆ ବାହାନା
ମୋ ଆଗେ ସଜେଇ ଦେବ
ଛଳନା ଗହଣା ଯତନେ ପିନ୍ଧେଇ
ମିଛ ରାଣୀ ଆଖ୍ୟା ଦେବ।

