STORYMIRROR

sumita behera

Romance Fantasy Others

3  

sumita behera

Romance Fantasy Others

ଆସ ନା

ଆସ ନା

1 min
236

ଆଜି ଶୁଣେଇବି  ତୁମକୁ ଗୋ ପ୍ରିୟ

     ଅକୁହା ମନର ଗାଥା

ଅଛିକି ସମୟ   ବସିବ ମୋ ପାଶେ

     ଶୁଣିବ ଅନ୍ତର କଥା ?


ରଖିଛ କି ମନେ  ଗୋଧୂଳି ବେଳାରେ

     ପ୍ରଥମ ଆଖିର ଦେଖା

ପ୍ରଗଲଭ ତୁମ    ଭାଷାର ଯାଦୁରେ

     କନ୍ୟା ଏକ ବିମୋହିତା 


ରୁପା ଜହ୍ନ ତଳେ    ସୁନାର ସପନ

     ଆଙ୍କିଥିଲି ଅସୁମାରୀ

କଥା ଦେଇଥିଲ     ପୂରଣ କରିବ

     ଥିବ ସାଥେ ହାତ ଧରି


ଏକା ଏକା ଆଜି    ଏଇ ନିଶୀଥରେ

     ପୂର୍ବ ସ୍ମୃତି ଏତେ ଘାରେ

ବେଶୀ କିଛି ନୁହେଁ   ସମୟ ଟିକିଏ

     ତୁମଠୁ କି ପାଇ ପାରେ ??

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Romance