STORYMIRROR

sumita behera

Romance Fantasy Others

3  

sumita behera

Romance Fantasy Others

ଆସ ନା

ଆସ ନା

1 min
225

ଆଜି ଶୁଣେଇବି  ତୁମକୁ ଗୋ ପ୍ରିୟ

     ଅକୁହା ମନର ଗାଥା

ଅଛିକି ସମୟ   ବସିବ ମୋ ପାଶେ

     ଶୁଣିବ ଅନ୍ତର କଥା ?


ରଖିଛ କି ମନେ  ଗୋଧୂଳି ବେଳାରେ

     ପ୍ରଥମ ଆଖିର ଦେଖା

ପ୍ରଗଲଭ ତୁମ    ଭାଷାର ଯାଦୁରେ

     କନ୍ୟା ଏକ ବିମୋହିତା 


ରୁପା ଜହ୍ନ ତଳେ    ସୁନାର ସପନ

     ଆଙ୍କିଥିଲି ଅସୁମାରୀ

କଥା ଦେଇଥିଲ     ପୂରଣ କରିବ

     ଥିବ ସାଥେ ହାତ ଧରି


ଏକା ଏକା ଆଜି    ଏଇ ନିଶୀଥରେ

     ପୂର୍ବ ସ୍ମୃତି ଏତେ ଘାରେ

ବେଶୀ କିଛି ନୁହେଁ   ସମୟ ଟିକିଏ

     ତୁମଠୁ କି ପାଇ ପାରେ ??

   


Rate this content
Log in

Similar oriya poem from Romance