STORYMIRROR

sumita behera

Classics Inspirational Others

3  

sumita behera

Classics Inspirational Others

ପ୍ରଳାପ

ପ୍ରଳାପ

1 min
242


          

କେହି ଅଛକି?

ଶୁଣିବାକୁ ଏକ ପାଗଳର ଗପ

ନା ନା ଗପ ନୁହେଁ ପ୍ରଳାପ....


ଏଇତ ବାଲି,ଗୋଡି,ସିମେଣ୍ଟ

ରାସ୍ତାରେ ଗଦା ହେଲାଣି

ଓହୋ ରାସ୍ତା ତିଆରି ହବ ପରା.....


ନଳକୂଅ କ'ଣ ବସିଲାଣି

ଯା ହେଉ ପାଣି ମିଳିଯିବ 

ଗରମଟା ବହୁତ ବଢି ଗଲାଣି ପରା...


ଆରେ ଛକରେ କୁହାକୁହିଁ ହେଲେଣି

ନୁଆଁ ଗାଡି କିଣିବେ

ପେଟ୍ରୋଲ ଡିଜେଲ ଗ୍ୟାସର

ଦାମ କମିଗଲାଣି ପରା....


କାଲି ପେପରରେ ପଢ଼ିଲି

ଏଥର ଆଉ ଚାଷୀ ଆତ୍ମହତ୍ୟା କରିବେନି

କୃଷି ଋଣ ଛାଡ଼ କରାହେଲାଣି ପରା......


ଟୋକାଦଳ ଗଳିରେ ଗଳିରେ

ଆଡ୍ଡା ଜମେଇଲେଣି

ତାଙ୍କୁ କିଛି ମାଲ ପାଣି ମିଳି ଗଲାଣି ପରା....


ଦୁନିଆ ପ୍ରକାରର ଭତ୍ତା ଘୋଷଣା ହେଲାଣି

ଏତେ ସବୁ କାମ ହେଲାଣି

ଦେଶ ବଦଳି ଗଲାଣି ପରା....


ଆରେ ନାଇ ମ!

ତୁମେ ତ କିଛି ବୁଝୁନ

ନିର୍ବାଚନୀ ପବନ

ସୁଲୁସୁଲୁ ହେଇ ବହିଲାଣି ପରା...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Classics