STORYMIRROR

sumita behera

Romance Fantasy Others

3  

sumita behera

Romance Fantasy Others

ମନ ରେ

ମନ ରେ

1 min
246


ମନ ରେ !

ବହୁତ ହେଇଗଲା ଏଇ ସ୍ନେହ,ପ୍ରୀତି ଦିଆନିଆ ଖେଳ

ଏ ତୁଛା ଭ୍ରମରୁ ବାହାରି ଆ

ଏଥର ଅନ୍ୟ କିଛି ଖେଳ, ଖେଳେ

ଦେଖିବୁ, ଜୟ , ପରାଜୟ 

ଉଭୟରେ ଜିତାପଟ , କେବଳ ତୋର....


ମନ ରେ !

ଭୁଲିଯାଆ ଇନ୍ଦ୍ରଧନୁକୁ ଛୁଇଁବାର ମୋହ

ସିଏ କି ଦେଖେଇବ କହ ରଙ୍ଗୀନ ସପନ !

ଯିଏ ନିଜେ ଗୋଟେ ପକ୍କା ଛଳିଆ , ପକ୍କା ମିଛୁଆ, 

ମାୟାଜାଲେ ଘେରା ପରା ସପ୍ତରଙ୍ଗ ତା'ର .......

 

ମନ ରେ !

ବହୁତ ହେଇଗଲା ଏ 'ତୋର' , 'ମୋର' ଭାବ

ଏଥର ସେ ଭାବରେ ବୁଡ଼ଟିଏ ପକା,

ସେ ପ୍ରେମିକଠି , ସେ ନାବିକଠି ଭାବ ଲଗା

ଯିଏ ପାରି କରି ନେବ ଏ ଭଵ ସାଗର......


ମନ ରେ 

ବହୁତ ହେଇଗଲା ଏ କନ୍ଦାକଟା

ଦିଶାହୀନ ଅନ୍ଧକାରେ କରୁ-

କାହା ପାଇଁ ଏ ପ୍ରତୀକ୍ଷା , କାହା ପାଇଁ ତୋର ଏ ଜିଜ୍ଞାସା

ସେ ଆନନ୍ଦଘନ, ସେ ଦିବ୍ୟସତ୍ତା ଯଦି

ସଦା ବିଦ୍ୟମାନ ହୃଦୟରେ ତୋର .......



Rate this content
Log in

Similar oriya poem from Romance