STORYMIRROR

sumita behera

Inspirational Others

3  

sumita behera

Inspirational Others

ଏଇ ତ ଜୀବନ

ଏଇ ତ ଜୀବନ

1 min
297


ରାସ୍ତା ସାରା ଝରା ପତ୍ର

ଉପରକୁ ଚାହିଁ ଦେଖେ ତ

ବୃକ୍ଷମାନେ ନବ ପଲ୍ଲବରେ ପଲ୍ଲବିତ।

ସୁଲୁସୁଲିଆ ପବନରେ ଦୋଳି ଖେଳୁଛନ୍ତି

ସତେ କି ମୋତେ ଦେଖି ମୁରୁକି ମୁରୁକି ହସୁଛନ୍ତି ।


ପଚାରିଲି ଆଶ୍ଚର୍ଯ୍ୟରେ ,ଇଏ କ'ଣ? 

ଏତେ ପତ୍ର ଝଡ଼ିଗଲା ,ହେଲାନି କି କଷ୍ଟ ?

ସେମନେ କହିଲେ,

"ନୁଆଁ ପୁରୁଣାର ଘଡିସନ୍ଧି ମୁହୂର୍ତ୍ତ ହିଁ ତ ଅସଲି ସମୟ ।

ଏଇତ ଜୀବନ। ଏଇତ ଦର୍ଶନ।

ଶୁଷ୍କ ପତ୍ର ସବୁ ଝାଡ଼ିଦେଇ

ନୂତନର ଆବାହନ କରିବାଟା ପ୍ରକୃତିର ନିୟମ"।


କିଛି କ୍ଷଣ ସ୍ତବ୍ଧ ରହିଗଲି

ଭାବିଲି, ସତେତ !

ମନର ଅବିଳତା ତ୍ୟାଗ କରି

ସୁନ୍ଦର, ନୂତନ ,ଆନନ୍ଦମୟ ଆଲୋକକୁ

ସ୍ୱାଗତ କରିବା ଚାଲ,

ଏଇ ବୋଧେ ଜୀବନ।

ଏଇ ବୋଧେ ଦର୍ଶନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Inspirational