ଏଇ ତ ଜୀବନ
ଏଇ ତ ଜୀବନ
ରାସ୍ତା ସାରା ଝରା ପତ୍ର
ଉପରକୁ ଚାହିଁ ଦେଖେ ତ
ବୃକ୍ଷମାନେ ନବ ପଲ୍ଲବରେ ପଲ୍ଲବିତ।
ସୁଲୁସୁଲିଆ ପବନରେ ଦୋଳି ଖେଳୁଛନ୍ତି
ସତେ କି ମୋତେ ଦେଖି ମୁରୁକି ମୁରୁକି ହସୁଛନ୍ତି ।
ପଚାରିଲି ଆଶ୍ଚର୍ଯ୍ୟରେ ,ଇଏ କ'ଣ?
ଏତେ ପତ୍ର ଝଡ଼ିଗଲା ,ହେଲାନି କି କଷ୍ଟ ?
ସେମନେ କହିଲେ,
"ନୁଆଁ ପୁରୁଣାର ଘଡିସନ୍ଧି ମୁହୂର୍ତ୍ତ ହିଁ ତ ଅସଲି ସମୟ ।
ଏଇତ ଜୀବନ। ଏଇତ ଦର୍ଶନ।
ଶୁଷ୍କ ପତ୍ର ସବୁ ଝାଡ଼ିଦେଇ
ନୂତନର ଆବାହନ କରିବାଟା ପ୍ରକୃତିର ନିୟମ"।
କିଛି କ୍ଷଣ ସ୍ତବ୍ଧ ରହିଗଲି
ଭାବିଲି, ସତେତ !
ମନର ଅବିଳତା ତ୍ୟାଗ କରି
ସୁନ୍ଦର, ନୂତନ ,ଆନନ୍ଦମୟ ଆଲୋକକୁ
ସ୍ୱାଗତ କରିବା ଚାଲ,
ଏଇ ବୋଧେ ଜୀବନ।
ଏଇ ବୋଧେ ଦର୍ଶନ