STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମା ର ମମତା

ମା ର ମମତା

1 min
199


ମାର ଋଣ କୁ କେ ସୁଝିପାରିବ

  ମା ଠୁବଡ କେହିତ ନାହିଁ

ଗର୍ଭ ରେ ଧରିଛି ସହିଛି କଷଣ ଆମ ଜନ୍ମ ଦାତ୍ରି ହୋଇ

ପଣତକାନିରେ ବାନ୍ଧି ଦିଏ ସେତ ସବୁ

ଦୁଃଖ କଷ୍ଟ ସହି

 ଢାଳି ଦିଏ ବାତ୍ସଲ୍ୟ ମମତା ଆଖିର 

ଲୁହ ଓଠରେ ପିଇ

କେତେ ରାତି ସିଏ ଉଜାଗର ରହି ନିଜ କଥା ଭାବି ନାହିଁ

ତା କୋଳରେ ସେତ ରଖିଛି,

ଆମକୁ ଅମୃତ ପାନ କରାଇ

ନିଜେ ନଖାଇ ଖୁଆଛି ଆମକୁ ସରଗ ଚାନ୍ଦ ଦେଖାଇ

ଆମ ହାତ ଧରି ଚଲାଇଛି ଜୀବନ ପଥ ଚାଲିବା ପାଇଁ

ଗଳାମାଳି ସେତ କରିଅଛି ଧନ ସମ୍ପତି ତା ଲୋଡ଼ା ନାହିଁ

ଅଳି ଅଝଟ ସହି ଯାଇଛି ମା ଡାକ ଶୁଣିବା ପାଇଁ

କେତେ କରିଅଛି ସେବା ତା ପ୍ରତି ବଦଳେ କିଛି ଚାହିଁ ନାହିଁ

ଆମ ମନଜାଣି ସବୁ ଖୁଆଇଛି କେବଳ ଆମରି ପାଇଁ

କିଏ ଦେଲେ ଗାଳି ଆସେ ସେତ ଚାଲିତା ମନ ବୁଝଇ ନାହିଁ

ଅନ୍ଧର ଲଉଡୀ କରିଛି ତାର ଆଖିରୁ ଦୂର କରେ ନାହିଁ

ଦୁନିଆରେ ଭାଇ ଆଉ ମା ପରି କେହି ନିଜର ହେବ ନାହିଁ

ମା ବିନା ଏଠି ଲାଗେ ସବୁ ପର ମା ଏକା ସାହା ଆମ ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational