STORYMIRROR

Pratap Chandra Mishra

Inspirational

4  

Pratap Chandra Mishra

Inspirational

ଜମା ଢିଲା ହୁଅନା

ଜମା ଢିଲା ହୁଅନା

1 min
143


ବିଦେଶୀ ପରିବ୍ରାଜକ

ଆସିଛି ଦେଶ କୁ

ବ୍ରହ୍ମାଣ୍ଡ ବୁଲୁଛି ଜାଣ ।

ନିମିଷକ ରେ ଚଳୁ

କରୁଛି,

ମଣିଷ ର ଧନ,ଜୀବିକା ,ପ୍ରାଣ।


ବକ୍ର ନଜର ରହିଛି ତାହାର ,

ଶ୍ମଶାନରେ ଢିଲା ମାନବ କୁ ଖାଇ ଦେଉଛି।

ନିମିଷକ ରେ ସଂସାର ଉଜାଡି

ପରିବାର ନିଶ୍ଚିନ କରୁଛି ।


ଅଦୃଶ୍ୟ ଚଳନ ,

ଅଦୃଶ୍ୟ ବାହକ,

ଧରା ପଡୁନାହିଁ ତିଳେ।

ମଣିଷ ସଭ୍ୟତା ଲୋଟି ଯାଉଛି କରୋନାର କରାଳ କାୟା ତଳେ ।


ବଞ୍ଚିବା ପାଇଁ ହେ 

କେତେ ଉପାୟ ତଥାପି

ଖୋଜି ଜଣା ଯାଇ ଅଛି।

ସାବୁନ ରେ ହାତ, 

ଧୋଇବା ସଂଜତ ,

ମାସ୍କ୍କ ପିନ୍ଧିବା ହୋଇ ଜାଗ୍ରତ,

ସୁରକ୍ଷା ରେ ଘରେ ରହିବା ଆଶ୍ବସ୍ତ ,

ବାହାରକୁ ଯଦି ଯିବା;

ସାନିଟାଇଯର ସାଥେ ନେଇଥିବା ସାମାଜିକ ଦୁରତ୍ଵ ପାଳିବା ।


ଜର କାଶ ହେଲେ,

ହେଲେ ତରଳ ଝାଡା,

ଶ୍ୱାସ ରୁଦ୍ଧ ଆଉ ପାଟିକୁ ଅସୁଆଦ  ଲାଗିଲେ,

ଅଜଣା ବେମାରୀ କରୋନା 

ଗ୍ରାସୁଛି 

ଜାଣିଥାଅ ଭଲେ।

କରୋନା ପରୀକ୍ଷା 

ଶୀଘ୍ର କରାଇ

ଡାକ୍ତର ସହାୟତା ନେବା।

ବାହାର ଦେଶ ରୁ ଆସିଲେ ଘରକୁ

ସଂଘରୋଦ୍ଧ ଘରେ ରହିବା ।


ଅନା ବନା ସନ୍ଦେଶ

ଫେସବୁକ୍ ,ୱାଟସ୍ ଆପ ରୁ ଦେଖି ଜୀବନେ ପ୍ରୟୋଗ ନ କରିବା ।

ଆୟୁଷ ମନ୍ତ୍ରାଳୟ, ସରକାରୀ ନିୟମ ପାଳିଲେ କରୋନା କୁ ଜିତି ଯିବା।


 ଦ୍ଵିତୀୟ ଲହର ବଡ଼

ଭୟଙ୍କର,

କଡା ସୁରକ୍ଷା ରେ ବଞ୍ଚାଅ ଜୀବନ ।

ନିଜେ ବଞ୍ଚି ଅନ୍ୟ କୁ ବଞ୍ଚାଅ, 

ଜମା ଢିଲା ହୁଅନ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational