STORYMIRROR

Debabrata Mishra

Inspirational

4  

Debabrata Mishra

Inspirational

ଆସ ଗଛ ପୂଜିବା

ଆସ ଗଛ ପୂଜିବା

1 min
249


ଆପଣାଇବା ଆଭିଜାତ୍ୟର ନୂତନ ପ୍ରତୀକ

ଆଡ଼ମ୍ବରର ରୂପ ଦେବା ମନେ ବଦଳାଇ, 

ଉଚ୍ଚ ଅଟ୍ଟାଳିକା ଓ ଦାମି ଚାରିଚକିଆ ଛାଡ଼ି

ନିଜ ସ୍ୱାଭିମାନର ନୁଆ ସ୍ୱରୂପ ଦେଖାଇ, 

ଆସ ଧନୀ ହେବାର ପ୍ରମାଣ ସଭିଏଁ ସର୍ଜିବା

ଆସ ସମାଜର ଜନଗଣ ଗଛଲତା ପୂଜିବା ।। (୧) 


ଶିଳ୍ପର ବିକଳ୍ପ ଜଙ୍ଗଲେ କରିବା ସନ୍ଧାନ

ସବୁଜତାକୁ ହିଁ ସୁନାହୀରାରେ ଗଣିବା, 

ଶିଳ୍ପୀ ହୋଇ ଗଢିବା ଗଛର କୋଣାର୍କ

ଗଛ ଜଙ୍ଗଲକୁ ଶ୍ରେଷ୍ଠ ଶିଳ୍ପ କରିଦେବା, 

ଧରିତ୍ରୀ ମାତାର ଗର୍ଭରୁ ଜନ୍ମିତ ଆମେ

ଚାଲ ପ୍ରକୃତି ପାଇଁ ସର୍ବେ ଗଛକୁ ପୂଜିବା ।। (୨) 


ନିଜେ ସ୍ୱପ୍ନ ଦେଖିଲା ବେଳେ ଘର ସହ

ଅନେକ ସବୁଜ ବୃକ୍ଷକୁ ମଧ୍ଯ ଦେଖିବା, 

ମିଳିତ ଭାବରେ ସରକାର ଓ ଜନତା

ଅବନୀକୁ ଆମେ ଧ୍ୱଂସ ମୁଖୁ ବଞ୍ଚାଇବା,

ଆସ ମଣିଷ ଜନ୍ମକୁ ସାର୍ଥକ କରିବା ପାଇଁ

ଈଶ୍ବର ସେ ଗଛ ସେହି ମା'କୁ ପୂଜିବା ।। (୩) 


ନିଜ ପାଇଁ ଯେତେଟା କରିବା କୋଠରୀ

ସେତୋଟି ଗଛ ଲଗାଇ କର୍ତ୍ତବ୍ଯ ପାଳିବା, 

ପାର୍କ ସଂସ୍କୃତି ନୁହଁ ଜଙ୍ଗଲ କରିବା ଆସ

ପଶୁପକ୍ଷୀଙ୍କ ଦାୟିତ୍ୱ କେମିତି ଭୁଲିଯିବା, 

ସବୁଜ ବୃକ୍ଷର ମନ୍ଦିରେ ପୂଜାରୀ ସାଜିବା

ଆସ ସମସ୍ତେ ପ୍ରକୃତି ଈଶ୍ବରଙ୍କୁ ପୂଜିବା ।। (୪) 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational