STORYMIRROR

Bijaya kumar panda

Inspirational

4  

Bijaya kumar panda

Inspirational

ଅଜଣା ପଥ

ଅଜଣା ପଥ

1 min
253

ଅଜଣା ପଥରେ ପଥିକ ସାଜିଛି

ଶୁଖିଲା ନଦୀରେ ନାବକୁ ବାହୁଛି

ଗୋଲାପର ରାସ୍ତା କୁ ଛାଡି ଦେଇ

କଣ୍ଟକିତ ପଥେ ବେଗେ ଚାଲିଛି।


ମାତୃ ଗର୍ଭେ ମୁହିଁ ସନ୍ଧାନ ପାଇଲି

ଜନ୍ମ ହେବା ପରେ ପାଶୋରିି ଦେଲି

ଶୈଶବରେ ମୋ ମନେ ଥିଲା କିଛି

ଯୌବନରେ ପୁରା ଗଲିରେ ଭୁୁୁଲି।


ମିଛ ମାୟା ମୋହେ ସଂସାରେ ମାତି

ପ୍ରକୃତ ଅର୍ଥ ଜନ୍ମରେ ବୁଝିିିଲିି ନାହିଁ

ଅଢ଼଼େଇ ଦିନରେ କୋଣିଆ ଜାଣି ବି

ସଂସାର ମୋହରେ ମୁଁ ପଡ଼ିିଗଲିି।


ରୋଗ ଶୋକ ଦୁଃଖ ଶରୀର ପାଇଁ

ଆତ୍ମାର କେବେ ନାଶ ହୁଏ ନାହିଁ

ପାର୍ଥିବ ଜଗତେ ହୋଇ ବସ୍ତୁବାଦୀ

ମାନବିକତା ଆଧ୍ୟାତ୍ମିିକତାକୁ ଭୁୁୁୁୁୁଲିଲିି।


କେହି ରହି ନାହିଁ ରହିବେ ତୋ ନାହିଁ

କି ପାଇଁ ଧାଉଁଛି ସତେ ପାଗଳ ପରିି

ସାହି ପଡ଼ିଶାରେ ବସି ମୁଁ ପାରୁୁନି

ବନ୍ଧୁ ବାନ୍ଧବଙ୍କ ଦୁଆର ମାଡ଼େନି।


ପୂଜା ପାର୍ବଣ ଜପ କିର୍ତ୍ତନ କୁ ଛାଡି

ମାୟା ହରିଣୀ ପଛେ ସଦା ଧାଉଁଛି

 ବାର୍ଦ୍ଧକ୍ୟେ ଯେବେ ପଦାର୍ପଣ କଲି

ସବୁ କିଛି ଥାଇ କିପାଇଁ ଥକିଗଲି।


ମନେ ପଡ଼ିିଲା ସେ ସତ୍ୟ ଅଭୁଲା ସ୍ମୃତି

ଧୀରେ ଧୀରେ ପୂୂର୍ବ ଅବସ୍ଥାକୁୁ ଫେରିିିଲି

ଅଜଣା ପଥରେ ଚାଲି ହାଲିଆ ହେଲି

ଶେଷରେ ଉଚିତ୍ ମାର୍ଗକୁୁ ଖୋଜିି ପାଇଲି।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational