STORYMIRROR

Secret Superstar

Inspirational

4  

Secret Superstar

Inspirational

ଦେବଦୂତ ଏକ ଏକ

ଦେବଦୂତ ଏକ ଏକ

1 min
273

କିଏ କହେ 33 କୋଟି ଦେବତା 

       ସନାତନର କଥା କାଳ୍ପନିକ 

    ବାଲେଶ୍ବର ର ଆସ ବାହାନଗା 

       ପାଇବ ଦେବଦୂତ ଏକ ଏକ 

         ମୋ ପ୍ରିୟ 

    ବାଲେଶ୍ବର ଅଧିବାସୀ ଜନ 

      ଦେବତା ଦେବଦୂତ ତୁମେ ସଭିଏଁ 

       ତୁମ୍ଭକୁ କୋଟି କୋଟି ନମନ ।


  ଘୋନ ଅନ୍ଧକାରେ ଲୌହ ଦାନବ କରାଳେ 

         ଶୁଭିଲା ଯେବେ 

     ଶହ ଶହ ଆର୍ତ୍ତ ଚିତ୍କାର 

        ହେ ଈଶ୍ବର 

    କେଉଁଠି ଅଛ ରକ୍ଷାକର 

      ଧାଇଁଆସି କରିଲ ଉଦ୍ଧାର 

        ସତରେ ତୁମେ ହିଁ ତ ତାଙ୍କ ରୂପ 

        ଯେ ଦୀନବନ୍ଧୁ ଦରଦୀ ଠାକୁର 

            ମୋ ପ୍ରିୟ 

    ବାଲେଶ୍ବରବାସୀ ଅଧିବାସୀ ଜନ 

      ଦେବତା ଦେବଦୂତ ତୁମେ ସଭିଏଁ 

       ତୁମ୍ଭକୁ କୋଟି କୋଟି ନମନ ।


      ଅମୃତ ର ସିନ୍ଧୁ

            ତୁମ୍ଭ ସଭିଙ୍କ ରକ୍ତ ବିନ୍ଦୁ 

        କୋଟି କୋଟି ପ୍ରାଣ 

          ତୁମ ପାଇଁ ପାଇଲେ ଜୀବନ 

      କିଏ କହେ 33 କୋଟି ଦେବତା 

       ସନାତନର କଥା କାଳ୍ପନିକ 

    ବାଲେଶ୍ବର ର ଆସ ବାହାନଗା 

       ପାଇବ ଦେବଦୂତ ଏକ ଏକ 

         ମୋ ପ୍ରିୟ 

    ବାଲେଶ୍ବର ଅଧିବାସୀ ଜନ 

      ଦେବତା ଦେବଦୂତ ତୁମେ ସଭିଏଁ 

       ତୁମ୍ଭକୁ କୋଟି କୋଟି ନମନ ।


Rate this content
Log in

Similar oriya poem from Inspirational