STORYMIRROR

Alekha Pasad Moharana

Inspirational

4  

Alekha Pasad Moharana

Inspirational

ଲଷ୍ମୀବଧୁ

ଲଷ୍ମୀବଧୁ

1 min
202


ଲଷ୍ମୀବଧୁ ଆଖ୍ୟା ଜୀବନର ଦୀକ୍ଷା ସକଳ ଦୁହିତା ପାଇଁ

ଦୁଇ କୁଳ ହିତା ଦୁଇ କୁଳ ପିତା ଗୁଣ କର୍ମେ ବିକଶଇ ।

ବିବାହ ବନ୍ଧନ ବିଧାତାଙ୍କ ଦାନ ଅତୁଟ ଅମ୍ଳାନ ରହେ

ବୈଶିଷ୍ଟ୍ୟ ପାଳନେ ନାରୀ ଅବଦାନେ ସଦା ମଧୁମୟ ହୁଏ। ।


କ୍ଷୀପ୍ରତା ଦକ୍ଷତା ଦୃଢ଼ ବୁଦ୍ଧିମତା ପ୍ରେରଣା ଗୁଣ ଆଦରି

ସଂରକ୍ଷଣ ଭାବ ନାଶଇ ଅଭାବ ଶ୍ରୀ ଯୁକ୍ତା ହୁଏ ନାରୀ ।

ସୁଖ ଶାନ୍ତି ତୃପ୍ତି ଅସରା ସମ୍ପତି ଉର୍ଣ୍ଣତିର ମହାର୍ଣ୍ଣବ

ବୋଧ ବିବେଚନା ବଧୁର ଉପମା ବହନ ସହନ ଭାବ ।


ସ୍ୱାମୀ ପରିବାର ନିଜଠୁ ନିଜର କର୍ମେ ଧର୍ମେ ପରକାଶେ

ସଂସାରର ସେବା ଅଲିଭା ପ୍ରତିଭା ଗୁରୁଜନ ପରିବେଶେ ।

ସହଅନୁଭୁତି ପରିଜନ ପ୍ରୀତି ଭରସା ସଉଧ ତୋଳେ

ବାକ୍ୟ ବ୍ୟବହାର ସରସ ସୁନ୍ଦର ସାହି ପଡ଼ିଶାଙ୍କ ମେଳେ।


ଆଶିଷ କରୁଣା ହୁଏ ନାହିଁ ଉଣା ପୀୟୂଷର ସମ ଝରେ

ସତୀ ଶିରୋମଣି ନାରୀ ଅର୍ଦ୍ଧାଙ୍ଗିନୀ ସଂସାର ଜୀବନ ଭରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational