ଲଷ୍ମୀବଧୁ
ଲଷ୍ମୀବଧୁ
ଲଷ୍ମୀବଧୁ ଆଖ୍ୟା ଜୀବନର ଦୀକ୍ଷା ସକଳ ଦୁହିତା ପାଇଁ
ଦୁଇ କୁଳ ହିତା ଦୁଇ କୁଳ ପିତା ଗୁଣ କର୍ମେ ବିକଶଇ ।
ବିବାହ ବନ୍ଧନ ବିଧାତାଙ୍କ ଦାନ ଅତୁଟ ଅମ୍ଳାନ ରହେ
ବୈଶିଷ୍ଟ୍ୟ ପାଳନେ ନାରୀ ଅବଦାନେ ସଦା ମଧୁମୟ ହୁଏ। ।
କ୍ଷୀପ୍ରତା ଦକ୍ଷତା ଦୃଢ଼ ବୁଦ୍ଧିମତା ପ୍ରେରଣା ଗୁଣ ଆଦରି
ସଂରକ୍ଷଣ ଭାବ ନାଶଇ ଅଭାବ ଶ୍ରୀ ଯୁକ୍ତା ହୁଏ ନାରୀ ।
ସୁଖ ଶାନ୍ତି ତୃପ୍ତି ଅସରା ସମ୍ପତି ଉର୍ଣ୍ଣତିର ମହାର୍ଣ୍ଣବ
ବୋଧ ବିବେଚନା ବଧୁର ଉପମା ବହନ ସହନ ଭାବ ।
ସ୍ୱାମୀ ପରିବାର ନିଜଠୁ ନିଜର କର୍ମେ ଧର୍ମେ ପରକାଶେ
ସଂସାରର ସେବା ଅଲିଭା ପ୍ରତିଭା ଗୁରୁଜନ ପରିବେଶେ ।
ସହଅନୁଭୁତି ପରିଜନ ପ୍ରୀତି ଭରସା ସଉଧ ତୋଳେ
ବାକ୍ୟ ବ୍ୟବହାର ସରସ ସୁନ୍ଦର ସାହି ପଡ଼ିଶାଙ୍କ ମେଳେ।
ଆଶିଷ କରୁଣା ହୁଏ ନାହିଁ ଉଣା ପୀୟୂଷର ସମ ଝରେ
ସତୀ ଶିରୋମଣି ନାରୀ ଅର୍ଦ୍ଧାଙ୍ଗିନୀ ସଂସାର ଜୀବନ ଭରେ।
