ଅମୃତମୟ ଉତ୍କଳ (୨୪)
ଅମୃତମୟ ଉତ୍କଳ (୨୪)
“ବାର ବରଷେ ୟେ ବାଜି ରାଉତ କୀରତି ରଚି ଗଲା
ଫିରିଙ୍ଗି ପଲଟଣ ଆଗରେ ଛାତି ପତାଇ ଦେଲା ।।
ପାଟି ରୁ ତା’ର ସ୍ଫୁରି ଉଠିଲା ବନ୍ଦେ,ବନ୍ଦେ ମାତରଂ
ସେ ଡାକେ ଅବା ଫୁଟିଗଲା କି ଅଫୁଟା ଗୋଟେ ବମ୍ ।।
ଗୋରା ଶାସକ ଛାତିରେ ଯାଇ ସହସା ଗଲା ଗଳି
ଚହଲି ଗଲା ବ୍ରିଟିଶ ବୁଦ୍ଧି ପ୍ରମାଦେ ହୁଏ ଭାଳି” ।।
“ବାର ବରଷେ ଧରମା ଯେଉଁ ଯଶ ସେ ଗଲା ରଚି
ଶିଳ୍ପୀ ଜଗତ ମଉଡ ମଣି ଅବିସ୍ମରଣ କୀର୍ତ୍ତି ।।
ଜାତୀୟ ମାନ ରଖିବା ଆଶେ ବିସର୍ଜି ଦେଲା ପ୍ରାଣ
ଉଦିତ ସୂର୍ଯ୍ୟ ସହସା ଆସି ସହସା ହେଲା ମ୍ଳାନ ।।
ଏବେ ବି ଜାତି ଘୋଷେ ସେ ନାମ କହଇ କୋଣାରକ
ଶିଳ୍ପୀ କୁଳର କୀରତିଚନ୍ଦ୍ର ରଖିଲା ଜାତି ଟେକ” ।।
ଚାଖି ଖୁଣ୍ଟିଆ ବୀରତ୍ବ ବାଣୀ ସେ ଜୟୀ ରାଜଗୁରୁ
ସ୍ଵାଧିନତା ର ବିପ୍ଳବୀ ବୀର ଜାତୀୟ ସୁର ତରୁ ।।
ପାଇକ କୁଳ ଆଦିତ୍ୟ ବକ୍ସି ବାଇଲା ଯୁଦ୍ଧ ଭେରୀ
ଥରି ଗଲା ସେ ଗୋରା ଶାସକ ମୁଣ୍ଡ ତା ଗଲା ଘୁରି ।।
ସୁବାଷ ବୋଷ କଟକୀ ଛୁଆ ଉତ୍କଳ ବର ପୁତ୍ର
ଆଜାଦ୍ ହିନ୍ଦ୍ ଫଉଜ କଲା ସଂସାର ଚମକ୍ତୃତ ।।
ଏ ସବୁ ଯେତେ ଉତ୍କଳ ଗର୍ବ କହ କାହିଁ ମରତେ
କବିତାତ୍ସୋବେ କଥା ଦର୍ପଣେ କବି ଲେଖଇ ଗୀତେ ।।(କ୍ରମଶଃ)