STORYMIRROR

Ranjeet Arebedia

Inspirational

4  

Ranjeet Arebedia

Inspirational

ଜୀବନ

ଜୀବନ

1 min
216


ନିଜ ପେଟକୁ ଅପୋଷା ରଖି

ସଭିଁଙ୍କୁ ଦିଏ ପୋଷଣ

ଖରା,ବର୍ଷା,ଶୀତକୁ ନଡରି

ଅକ୍ଳାନ୍ତ ପରିଶ୍ରମରେ କରେ ଭୂମିକର୍ଷଣ

ଏଇତ ଜୀବନ ଏଇତ ଜୀବନ (୧)


ପଢିବାର ମନୋବଳ ଥିଲେ ମଧ୍ୟ

ପ୍ରତିବନ୍ଧକ ସାଜେ ଅର୍ଥ

ରଖିଥିବା ଆଶା ଦେଖିଥିବା ସ୍ୱପ୍ନ

ପୂରଣ କରିବାରେ ହୁଏ ଅସମର୍ଥ

ନିରୂପାୟ ହୋଇ ଖଟିଯାଏ ଦାଦନ

ଏଇତ ଜୀବନ ଏଇତ ଜୀବନ (୨)


ଦେଶକୁ ରକ୍ଷା କରିବା ପାଇଁ

ଦିନ ରାତି ଜଗି ବସିଥାଏ ଶତ୍ରୁକୁ ଅନାଇ

ଦେଶ ପାଇଁ ଜାତି ପାଇଁ ସଦା

ନିଜ ଜୀବନକୁ କରିଥାଏ ବଳିଦାନ

ଏଇତ ଜୀବନ ଏଇତ ଜୀବନ (୩)


ନିଜ ବାପା ମାଆଙ୍କୁ ଦୂର କରି 

ଚାଲିଯାଏ ଶାଶୂଘର

ବୈବାହିକ ଜୀବନ ପାଇଁ

ବଧୂବେଶ ଧରି ହୋଇଯାଏ ପର

କରିଯାଏ କେତେ ମାନ ଅଭିମାନ

ଏଇତ ଜୀବନ ଏଇତ ଜୀବନ (୪)


ମନ୍ଦିର ବେଢାରେ ଥାଳିଟିଏ ଧରି

କରୁଥାଏ ଭଜନ

ପ୍ରଭୁନାମ ଧରି ଧରି ବିତାଇଦିଏ ଦିନ

ଏଇତ ଜୀବନ ଏଇତ ଜୀବନ (୫)






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Ranjeet Arebedia

ଜୀବନ

ଜୀବନ

1 min ପଢ଼ନ୍ତୁ

Similar oriya poem from Inspirational