STORYMIRROR

Dharitri Das

Inspirational

4  

Dharitri Das

Inspirational

ଗରିବି

ଗରିବି

1 min
258


ଆସ ଆସରେ ଆମେ ହେବା ସର୍ବେ ଏକତ୍ରିତ

ଦେଶକୁ ଆମ ରାମ ରାଜ୍ୟେ କରି ପରିଣତ।


ପ୍ରତିଗ୍ରାମେ ଗଢିବା ଏକ ଏକ ସଙ୍ଗଠନ

ଗରିବି କରିବା ସାଥି ମୂଳରୁ ଉତ୍ପାଟନ।


ଗରିବ ପାଶକୁଯାଇଣ ବୁଝିବା କାରଣ  

ଯୋଗାଇବା ଭିନ୍ନଭିନ୍ନ ଯେ କର୍ମସଂସ୍ଥା ମାନ।


ସାହାଯ୍ୟର ହାତ ବଢ଼ାଇ ତାଙ୍କୁ ନିରନ୍ତର 

ରହିବା ସୁଧୁରିବା ଯାଏ ଅବସ୍ଥା ତାହାର ।


ଅସହାୟଙ୍କୁ ଦେବା ଖାଦ୍ୟବସ୍ତ୍ର ଆଉ ବାସ 

ସହିତ ସେବା ସଦା ମୁଖେ ଫୁଟାଇବା ହସ।


ନିଜର ଭାବି ବୁଝୁଥିବା ତାଙ୍କର ସୁବିଧା 

ସକ୍ଷମ ଅନୁସାରେ ଦୂରେଇବା ଅସୁବିଧା ।


ସଭିଏଁ ହେବା ଏକାକାର ଭେଦଭାବ ଛାଡି

ଜାତୀୟତା ଭାବ ମନ ମଧ୍ୟେ ଧରିବା ଭିଡି।


ପର୍ବପର୍ବାଣୀ ପାଳିବାରେ ହୋଇ ଏକତ୍ରିତ

ପ୍ରତି ଘରେ ସୁଖଶାନ୍ତି ହୋଇବ ବିରାଜିତ।


ତେବେଯାଇ ସାର୍ଥକତା ଆସିବଟି ଜୀବନେ

ଏକଥାକୁ ସର୍ବେ ହେଜକର ହେ ମନେମନେ।


ଯଦି ଭଲ ଲାଗୁଥାଏ ଏ ଅଧମର କଥା

ଆଗେଇ ଆସ ଆହେ ସାଥୀ ଦୁରେଇବା ବ୍ୟଥା।


ସଭିଙ୍କର ସୃଷ୍ଟିକର୍ତ୍ତା ଅଟନ୍ତି ଏକା ଚକ୍ରଧର

ତେଣୁ ସଭିଏଁତ ଆମର ଅତି ହିଁ ନିଜର।


ଏହିକଥା ମନେମନେ ଭାବି କରିବା କର୍ମ

ଏହାତ ଅଟେ ପ୍ରକୃତରେ ମାନବୀୟ ଧର୍ମ।


ଏହି ଧର୍ମକୁ ପାଳି ହୋଇବାରେ ଆମେ ଖୁସି

ସଂସାରରେ ସଦା ସୁଖଶାନ୍ତି ଯିବ ବରଷି।


ଆସ ଆସ ଭାଇ ଭଉଣୀମାନେ ମୋର ଆସ

ମିଳିତ ଭାବରେ ପରିବର୍ତ୍ତନ କରିବା ଦେଶ।


ସଭିଏଁ ମିଳି ହାତରେ ମିଳାଇ ଆମେ ହାତ

ଶପଥ ନେଇ ଗରିବୀକୁ କରିବା ଦୂରୀଭୂତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational