STORYMIRROR

Sabita Nayak

Inspirational

4  

Sabita Nayak

Inspirational

ହେ ମନୁଷ୍ୟ ତୁମେ ସୁଧୁରି ଯାଅ

ହେ ମନୁଷ୍ୟ ତୁମେ ସୁଧୁରି ଯାଅ

1 min
186


ସ୍ୱାର୍ଥପଛରେ ଧାଁ ଧପଡ କରୁଥିବା 

 ମନୁଷ୍ୟଟା ଆଜି ନିରବି ଯାଇଛି 

ଭିତର ମୁଖାଟା ଆଜି ବାହାରେ ଦିଶୁଛି 

ସବୁ ପାପ, ହିଂସା, ଅଧର୍ମ, ଅନୀତି 

 ଅହଂକାର ସତେ ଅବା 

ତାକୁ ଅଣନିଃଶ୍ବାସୀ କରିପକାଉଛି


କରୋନା ହସୁଛି ଅଟ୍ଟହାସ୍ୟ କରି

କେତେ ତୁମେ ଲୁଚିବ ଦେଖିବି ମୁଁ

 ମୁଖା ବନ୍ଦ କରି ?

କହୁଛି ସେ ସତେ ଅବା ପାଟି ଜୋର କରି 

ସ୍ବାର୍ଥପର ମନୁଷ୍ୟର ଆଜି 

 ଖୋଲି ଦେବି ମୁଖା

ପୃଥିବୀ ମା'କୁ କଷ୍ଟ ଦେବାର 

ପ୍ରକୃତିକୁ ନିଜ ହାତରେ ନେବାର 

ହିସାବ ନେବି ମୁଁ ଆଜି ଗୋଟି ଗୋଟି କରି ।


ହଁ ମୁଁ ଆସିଛି କରୋନା 

ନୀତିବାନ ଯିଏ ସେ ଡରନା

ଅପରିଷ୍କାର, ଅପରିଚ୍ଛନ୍ନ, ଅସାଧୁଙ୍କୁ

 କରିଦେବି ସଫା 

ବିଶ୍ୱଧ୍ୱଂସ କରୁଥିବା ମନୁଷ୍ୟମାନଙ୍କୁ

 ଦେଇଯିବି ମହାଶିକ୍ଷା ।


କାଳର କବଳିତ ସଦା 

ହେ ମନୁଷ୍ୟ ଅହଂକାର ଛାଡ

ଧର୍ମ ନାମରେ ଦଙ୍ଗା, ଅଧର୍ମକୁ ଛାଡ

ସତ୍ୟ ,ଧର୍ମ ,ପ୍ରେମ, ଶାନ୍ତିର ମନ୍ତ୍ର ଜପକର

ଜୀବେ ଦୟା ହେଉ ତୁମ ପରମ କର୍ତ୍ତବ୍ୟ

ହଁ ମୁଁ ଚାଲିଯିବି ମୋତେ କଥାଦିଅ

ପ୍ରକୃତିକୁ ହସିବାକୁ ଦିଅ

ଏବେ ବି ସମୟ ଅଛି 

ହେ ମନୁଷ୍ୟ ତୁମେ ସୁଧୁରି ଯାଅ

ହେ ମନୁଷ୍ୟ ତୁମେ ସୁଧୁରି ଯାଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational