Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Inspirational

3  

Aishwarya Mishra

Inspirational

ପ୍ରେମର ରଙ୍ଗ

ପ୍ରେମର ରଙ୍ଗ

1 min
195



କାଳିଆରେ !


ତୋ କଳା ରଙ୍ଗରେ ରଙ୍ଗେଇଦେ ମୋତେ

ବୋଳି ଦେ' କଳା ଅବିର 

କୃଷ୍ଣ କୃଷ୍ଣ ନାମେ ରାତି ପାହୁ ମୋର

କୃଷ୍ଣମୟ ହେଉ ମୋ ସଂସାର


ବୋଳି ଦେ ଥରେ ତୁ , ତୋ ପ୍ରେମର ରଙ୍ଗ 

ମୋର ଏ ମର ଶରୀରେ

ସଂଗ ଲଭି ତୋର ଏ ଛାର ଜୀବନୁ

ମୋକ୍ଷ ମିଳିବ ଅଚିରେ,


ସବୁ ବରଷ ତ ଆସୁଛି ଏ ହୋଲି

ଆଣୁଛି ରଙ୍ଗ ପସରା

ସବୁ ରଙ୍ଗ ଦିଶେ କଳା କଳା ମୋତେ

ଖୋଜଇ ମୁଁ ତୋ ଚେହେରା ,


ବ୍ରଜ ଭୁବନରେ ରାଧାରାଣୀ ସାଥେ

ଖେଳୁଥିଲୁ ତୁ ହୋଲି

ଦୋଳ ପୁନେଇଁରେ, ଝୁଲଣରେ ବସି

ଝୁଲୁଥିଲୁ ତୁ ଦୋଳି,


ଆଜି ବି ଆସିଛି ସେ ପ୍ରେମ ପରବ 

ସାଥେ ନେଇ କେତେ ରଙ୍ଗ 

ସବୁ ରଙ୍ଗ ନେଇ ମୋ ଠାରୁ ତୁହି

ବୋଳି ଦେ' ତୋ କଳା ରଂଗ


ତୋ ଛନ୍ଦା ଚରଣେ ଶରଣ ପଶିଲି 

ହୃଦେ ଭରି କୃଷ୍ଣ ପ୍ରେମ

କେଉଁ ଭାବେ ବାନ୍ଧି, କି ରଂଗ ବୋଳିବୁ

ତୋର ଇଚ୍ଛା ଘନଶ୍ୟାମ


ନୁହେଁ ମୁଁ ରାଧା ରଚିବି ଶୃଙ୍ଗାର 

ଉଜାଗରେ ରାତି ରାତି

ନୁହେଁ ମୁଁ ମୀରା ସାଜିବି ପାଗଳୀ 

କୃଷ୍ଣ କୃଷ୍ଣ ନାମ ଜପି


ତଥାପି କାଳିଆ ଭକ୍ତି ଭାବ ନେଇ

କରେ ଏତିକି ମିନତି

ତୋ' କଳା ରଙ୍ଗରେ ରଙ୍ଗେଇଦେ' ମୋତେ

କୃଷ୍ଣ ପାଦେ ରହୁ ଭକ୍ତି ,,,


Rate this content
Log in

Similar oriya poem from Inspirational