Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ମେରୀ ମାଟି ମେରୀ ଦେଶ

ମେରୀ ମାଟି ମେରୀ ଦେଶ

1 min
194



ମେରୀ ମାଟି ମେରୀ ଦେଶ

କି ସୁନ୍ଦର ତା'ର ବେଶ ।


ନଦୀ ଗିରି ଝର କାନନ ସାଗର

ସବୁଜିମା ଶସ୍ୟକ୍ଷେତ୍ର

ଫୁଲ ଫଳ ଭରା ଉପବନେ ତୋରା

ହୁଅଇ ସକଳ ନେତ୍ର 

କେତେ ମିଠା ସତେ ପକ୍ଷୀର କାକଳି

କାନରେ ହେଲେ ପ୍ରବେଶ

ମେରୀ ମାଟି ମେରୀ ଦେଶ ।


ରୁନି ମୁନି ଝୁନି ଯେତେ କୁନା କୁନି

ଜନମିଛୁ ତା' କୋଳରେ

ସୁଶିକ୍ଷା ସଂସ୍କାର ଭରିଣ ଅନ୍ତର

ଶ୍ରୀବୃଦ୍ଧି ଜ୍ଞାନାଲୋକରେ 

ଶାନ୍ତି ମୈତ୍ରୀ ପ୍ରୀତି ଗାଉଥିବ ଗୀତି

ଦେଇ ଅପୂର୍ବ ପରଶ 

ମେରୀ ମାଟି ମେରୀ ଦେଶ ।


ପୂରୁବ ଗୌରବ ଆମ ପାଇଁ ଗର୍ବ

ତା' ସହିତ ଥାପି ପାଦ

ବଢ଼ିବୁ ଆଗକୁ ଗରବିତ ବୁକୁ

ନଥିବ କିଛି ବିଭେଦ

ସକଳ ମୁଖରେ ସମତାର ସୁଧା

ଢାଳି ହୋଇବୁ ହରଷ 

ମେରୀ ମାଟି ମେରୀ ଦେଶ ।



Rate this content
Log in

Similar oriya poem from Inspirational