Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ଚାକିରୀ

ଚାକିରୀ

1 min
118


ଚାକିରୀ କରିବା ସହଜିଆ କାମ

ଭାବିଥାନ୍ତି କେହି କେହି ।

ଅଫିସ୍‌କୁ ଗଲେ ଦରମା ମିଳିବ 

କାମ ହେଉ ଅବା ନାହିଁ ।୧।


ଚାକିରୀ କରିଲେ ମିଳିବ ଦରମା 

କାମରେ ଲୋଡା ବୋନସ୍ ।

ଏମିତି କେତେକ ଭାବି ବସିଛନ୍ତି 

ନକରିବ ପରିହାସ ।୨।


ଅଫିସ୍ ଆସିଲେ ଖୁସି ମଜା କରି

ଘରକୁ ସେ ଗଲେ ଫେରି ।

କାମ ହେଲେ ହେଲା ନହେଲେ ନହେଲା

ନାହିଁ ତାଙ୍କର ଖାତିରି ।୩।


ଦାୟିତ୍ୱସମ୍ପନ୍ନ ହେଲା ଯିଏ ତାର

ଉପରେ ବୋଝ ଅଧିକ ।

ପଡିଥାଏ ଏଥି ନକର ସନ୍ଦେହ 

ଖଟାଏ ବୁଦ୍ଧି ବିବେକ ।୪।


ନିଷ୍ଠାପର କର୍ମୀ ସଦା ତତପର 

ରହି ଚାକିରୀ କରଇ ।

ଧରମ ପଥରେ ବିତ୍ତ ଅରଜନ 

କରି କୁଟୁମ୍ବ ପୋଷଇ ।୫।


କେବେହେଁ ନ ଭାବ ଚାକିରୀ କରିଛ 

ଉପୁରି ନେଇ ଚଳିବ ।

ଅଧର୍ମର ବିତ୍ତ ବଢିବ ବହୁତ 

କାଳେ ତା ସମୂଳେ ଯିବ ।୬।


ଚାକିରୀ କରିଛ ଯେଉଁ ଅନୁଷ୍ଠାନେ 

ରଖିବ ତାହାର ମାନ ।

ମାନ ବଢାଇଲେ ମନେ ରଖ ସଦା 

ବଢିବ ତୁମ ସମ୍ମାନ ।୭।


ସାଧାରଣ କଥା ନୁହଇ ଚାକିରୀ 

ସେବା କରିବା ସୁଯୋଗ ।

ମିଳିଛି ତୁମକୁ ନିଷ୍ଠାପର ଭାବେ 

କର ତାର ଉପଯୋଗ ।୮।


ଚାକିରୀ ଅଟଇ ଖଣ୍ଡାଧାର ସମ 

ତରକି ସଦା ରହିବ ।

ତତ୍ପରତା ସହ କରମ କରିଲେ 

ସଫଳତା ହିଁ ମିଳିବ । ୯।


ନିଜେ ବଦନାମ ସଂସ୍ଥାର ଦୁର୍ନାମ 

କେବେହେଲେ ନ କରିବ ।

ଚାକିରୀ କାଳଟି ଭଲରେ କଟାଅ

ଶାନ୍ତିରେ ତୁମେ ରହିବ ।୧୦।



Rate this content
Log in

Similar oriya poem from Inspirational