Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ବିଦ୍ୟାଳୟ

ବିଦ୍ୟାଳୟ

1 min
172


(ଛନ୍ଦ-ଶଙ୍କରାଭରଣ)


ପରମ ପବିତ୍ର ସ୍ଥଳ ଅଟେ ବିଦ୍ୟାଳୟ

ରହିଥାନ୍ତି ଦେବ ସମ ଗୁରୁ ସେ ଆଳୟ

ଛାତ୍ରଛାତ୍ରୀଙ୍କ ସଙ୍ଗତେ

ଭାସୁଥାନ୍ତି ଯଥୋଚିତ ସ୍ନେହ ଭକ୍ତି ସ୍ରୋତେ ।


ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆଙ୍କି ତିନି ଶୂନ

ତହିଁ ବିଦ୍ୟାରମ୍ଭେ ଶିଶୁ ଉର୍ଦ୍ଧ୍ୱକୁ ଗମନ

ବିସ୍ଫାରିତ ହୁଏ ନେତ୍ର

ଖୋଲିପାରେ ଜ୍ଞାନଚକ୍ଷୁ ଗୁରୁ ଯେଣୁ ଛତ୍ର ।


ଆଦର ଯତନେ ମନ ହୋଇ ପ୍ରୋତ୍ସାହିତ 

ଲୁପ୍ତ ପ୍ରତିଭା ବିକଶି ପ୍ରସିଦ୍ଧି ମଣ୍ଡିତ

ଗୁରୁ ପାଦେ ରଖି ମତି

ଜୀବନର ଲକ୍ଷ୍ୟ ପଥେ କରେ ଅଗ୍ରଗତି ।


ବିଦ୍ୟାଳୟ ଆଜି ଦଣ୍ଡମୁକତ ଅଞ୍ଚଳ

ଅକାତରେ ମନ ଦେହେ ଭରୁଅଛି ବଳ

ହସଖେଳେ ଦିଏ ଶିକ୍ଷା

ଉଦୟ ତପନ ସମ ଶିଶୁ ସାଜେ ଶିଖା ।


ପଠା ପଢ଼ା ସହ ସହପାଠ୍ୟ ରଖେ ମାନ

ପୁଣି ସାମାଜିକ ଗୁଣାବଳୀ ଅଧ୍ୟୟନ

ସବୁ ଏକ ଠାବେ ମିଶି

ଶିକ୍ଷାୟତନର ବୃଦ୍ଧି ହୃଦୟ ଆଶ୍ୱାସି


ମଧ୍ୟାହ୍ନ ଭୋଜନ ସଙ୍ଗେ ମାଗଣା ପୋଷାକ

ଆଲୋକ ପଥ ଦେଖାଏ ମାଗଣା ପୁସ୍ତକ

ସର୍ବେ ପଢ଼ିବା ବଢ଼ିବା

ଉଦ୍ଦେଶ୍ୟ ସାଧନ ଲାଗି କର୍ତ୍ତବ୍ୟ କରିବା ।


ମୁଁ ଶିଖାଇଛି "ଅ" ମୁଁ ଡାକୁଛି ଆ-ଆ

"ମୋ ସ୍କୁଲ ଅଭିଯାନ" ବାରତାଟି ଏହା

ଛାତ୍ରଛାତ୍ରୀ ପୂର୍ବତନ

ବିଦ୍ୟାଳୟର ଡାକରେ କୋଳକୁ ମଣ୍ଡନ ।


ଆଗ ପରି ବିଦ୍ୟାଳୟ ଆଉ ଏବେ ନାହିଁ

ଅପରୂପ ସୌନ୍ଦର୍ଯ୍ୟରେ ସିଏ ବିକଶଇ

"ଫାଇବ ଟି" କାର୍ଯ୍ୟକ୍ଷମ

ବିଜ୍ଞାନର ଉପଯୋଗେ ପଠନ ସକ୍ଷମ ।


ବିଦ୍ୟାଳୟ ରୂପଭେକ ସିନା ବଦଳିଛି

ଶିକ୍ଷକଙ୍କ ଅଭାବରେ ସିଏ କାନ୍ଦୁଅଛି

ଏଠି ଭାଷାର ଶିକ୍ଷକ

ଗଣିତ ବିଜ୍ଞାନେ ପରା ଆଶାର ଆଲୋକ ।


ସଜାଗ ନ ହେବେ ଯଦି ସାଧାରଣ ଜନ

ବିଦ୍ୟାଳୟ କରୁଥିବ ଏମିତି ରୋଦନ

ଦେଉଅଛି ମୁଁ ଡାକରା

ହାତେ ହାତ ଥାପି ସାଜ ତାହାର ଆଶରା ।


Rate this content
Log in

Similar oriya poem from Inspirational