STORYMIRROR

Dharitri Das

Inspirational

3  

Dharitri Das

Inspirational

ମୁକ୍ତିର ଆନନ୍ଦ

ମୁକ୍ତିର ଆନନ୍ଦ

1 min
211


ମୁକ୍ତିର ଆନନ୍ଦ କେତେ ଯେ ମହାନ

     ଜାଣିବାକୁ ହେଲେ ଭାଇ

ଛାଡିବାକୁ ହେବ ପିଞ୍ଜରାର ପକ୍ଷୀ

    ଖୋଲା ଆକାଶରେ ନେଇ।


ମୁକ୍ତ ଆକାଶରେ ଉଡ଼ିବାକୁ ଯିଏ

     ଜନ୍ମିଛି ଏହି ଧରାରେ

ଖୁସି ହୋଇବକି ରଖିଦେଲେ ତାକୁ

      ସୁନା ପିଞ୍ଜରା ଭିତରେ ।


ଛାଡ଼ିଦେଇ ଥରେ ଦେଖିବାକୁ ହେବ

      କେତେ ଖୁସି ହୁଏ ସେହି

ଉଡିଯାଏ ଦୂର ଆକାଶକୁ ସତେ

     ମନରେ ଆନନ୍ଦ ହୋଇ।


ବୁଝିବାକୁ ହେବ ଅନ୍ତର ବେଦନା

       ମାନସ ମନ୍ଥନ କରି

ନିଜକୁ ପିଞ୍ଜରାବଦ୍ଧ ପଶୁ ଅବା

       ପକ୍ଷୀଟିଏ ମନେକରି।


ବନ୍ଦୀ ଜୀବନଟା ଦୁଃଖ ଭରା ସତେ

     ଅନୁଭବି ଜାଣିଥାଇ

ମୁକ୍ତିର ମହକ ମହାକାଇ ଦିଏ

     ଅସରନ୍ତି ସୁଖ ଦେଇ।


ଈଶ୍ବରଙ୍କ ସୃଷ୍ଟି ସଭିଙ୍କ ମନରେ

     ଭରିଦିଏ କେତେ ଖୁସି

ସ୍ଵାଧୀନ ଭାବରେ ଜିଇଁବା ପାଇଁକି

      ଚିନ୍ତା କରିଥାନ୍ତି ବସି।


ମୁକ୍ତିର ଆନନ୍ଦ ସତରେ ମହାନ

       ଏକଥାକୁ ଭୁଲ ନାହିଁ

ବନ୍ଦୀ ଜୀବନଟା କଷ୍ଟକର ମଣି

    ପିଞ୍ଜରାକୁ ଖୋଲିଦେଇ।


ଖୁସି ହୁଅ ଆରେ ସମାଜରେ ସ୍ଥିତ

     ମୋହର ମଣିଷ ଭାଇ

ହରଷିତ ହୁଅ ଜୀବନ କାଳରେ

      ମୁକ୍ତିର ସଙ୍ଗୀତ ଗାଇ।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational