STORYMIRROR

samhita jena

Inspirational

3  

samhita jena

Inspirational

ବନ୍ଧୁତା

ବନ୍ଧୁତା

1 min
141


ସ୍ନେହ-ପ୍ରେମ,ଶ୍ରଦ୍ଧା,ସହାନୁଭୂତିରେ

ବନ୍ଧା "ବନ୍ଧୁତା" ବନ୍ଧନ

ବିପଦରେ ବନ୍ଧୁ ଗଲେ ପଡି କେବେ

ବିଳପଇ ଆନ ପ୍ରାଣ।


ପୁତ୍ର ଯଦି ବନ୍ଧୁ ହୁଅଇ ପିତାର

ବାର୍ଦ୍ଧକ୍ୟ ଲାଘବ ହୁଏ

ପତ୍ନୀ ଯଦି ବନ୍ଧୁ ହୁଅଇ ପତିର

ସୁଖେ ଦିନ ବିତୁଥାଏ।


ଆନନ୍ଦରେ ପୁରି ଉଠଇ ସଂସାର

ଲାଗଇ ସରଗ ପୁର

ଭାଇ ଓ ଭଉଣୀ ସ୍ନେହ-ମମତାରେ

ହୋଇ ଉଠନ୍ତି ବିଭୋର।


ଜଗତର ବନ୍ଧୁ ଜଗତର ନାଥ

ଭକ୍ତିରେ ହୁଅନ୍ତି ତୋଷ

ଦାସିଆ ନଡ଼ିଆ ନେଇଥିଲେ ହାତୁ

ଭକ୍ତିରେ ହୋଇ ସନ୍ତୋଷ।


ଖୁଦ ଭଜା ଖାଇ ବନ୍ଧୁ ସୁଦାମାର

ପରାଣ କରିଲେ ତୋଷ

ଶାଗ ଭଜା ଖାଇ ବିଦୁରଙ୍କ ଘରେ

ଭକ୍ତିରେ ହୋଇଲେ ବଶ।


ଯାଜ୍ଞସେନୀଙ୍କର ସଖା ଭାବ ବହି

କୋଟିବସ୍ତ୍ର ଦେଲେ ଦାନ

ସାରଥୀ ହୋଇଲେ ଅର୍ଜୁନ ରଥରେ

କଲେ ଧର୍ମ ସଂସ୍ଥାପନ।


"ବନ୍ଧୁତା" ଅଟଇ ମାନବୀୟ ଗୁଣ

ପିଲାବେଳୁ ଦେଖା ଦିଏ

ଧୂଳି ଖେଳୁ ଖେଳୁ ବଡ ହୋଇଗଲେ

"ବନ୍ଧୁତା" ଆରମ୍ଭ ହୁଏ।


"ବନ୍ଧୁତା" ବଳରେ ପିଲାବେଳେ ଯିଏ

ରାସ୍ତା କଲେ ସମତୁଲ

ମଧୁ ବାରିଷ୍ଟର ବୋଲାଇଲେ ସିଏ

ଏ ଜାତୀର କର୍ମବୀର।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational