Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ମାତୃଭାଷା

ମାତୃଭାଷା

1 min
222



ମାଆ,ମାଟି,ମାତୃଭାଷା ଜାତୀୟ ସ୍ଵାକ୍ଷର

ତା ବିହୁନେ କାହିଁ ସ୍ଥିତି ମାନବ ଜାତିର ।

ମାଆର ମମତା,ସ୍ନେହ ମାଟି ମାୟା ମୋହ

ମାତୃଭାଷା ପ୍ରୀତି ବଳେ ଜ୍ଞାନର ଉଦୟ ।


ଜ୍ଞାନୀ ଜନ ବୁଝେ ସିନା ମାତୃଭାଷା ପ୍ରୀତି

ତିଷ୍ଠି ରହିଅଛି ଯାହା ପାଇଁ ଏହି ଜାତି ।

ମାତୃଭାଷା ଜୀବନର ସଂଜ୍ଞା ଧ୍ରୁବତାରା

ଜୀବନର ମାନଦଣ୍ଡ ଅଲଭ୍ୟ ପସରା ।


ଜାତୀୟ ଜୀବନ ଜ୍ଞାନ ଜାତି କର୍ଣ୍ଣଧାର

ମାତୃଭାଷା ଜୀବନର ଅଲିଭା ଅକ୍ଷର ।

ମାତୃଭାଷା ସମୃଦ୍ଧି ରେ ଜାତି ସମୁଜ୍ଜ୍ଵଳ

ସୂର୍ଯ୍ୟ,ଚନ୍ଦ୍ର ସମ ଭାଷା ଶାଶ୍ଵତ ଭାସ୍ଵର ।


ମାଆ ଜନମ ଦାୟିନୀ ମାଟି ପ୍ରାଣ ଶକ୍ତି

ମାତୃଭାଷା ଜୀବନର ଗତି,ମୁକ୍ତି ଦ୍ଵିତି ।

ମାତୃଭାଷା ବିନା ହଜେ ନିଜ ପରିଚୟ

ମାତୃଭାଷା ବିନା ଜାତି ହୁଅଇ ବିଲୟ ।


ମାଆ ସମ ମାତୃଭାଷା ଜୀବନର ସୂର୍ଯ୍ୟ

ମାତୃଭାଷା ବଳେ ବାଜେ ମହନୀୟ ତୂର୍ଯ୍ୟ ।

ମାଆ,ମାଟି,ମାତୃଭାଷା ମୋ ପ୍ରାଣ ର ପ୍ରାଣ

ତା ପାଇଁ ୟେ ପ୍ରାଣ ମୋର କଲି ସମର୍ପଣ ।



Rate this content
Log in