STORYMIRROR

Rabi Satapathy

Inspirational

3  

Rabi Satapathy

Inspirational

ଇତିହାସ

ଇତିହାସ

1 min
213

ଇତିହାସ ପୃଷ୍ଠା ଓଲଟାଇବାକୁ

କାହାକୁ ଅବା ଭଲ ନ ଲାଗେ

କିଛି ସ୍ମୃତି କିଛି ଅନୁଭୂତି

କେତେ ଯେ ମର୍ମନ୍ତୁଦ ଘଟଣାର ସମାହାର

ସାଇତା ସଜଡ଼ା ହୋଇ ରହିଥିବା କଥା ସବୁ 

ଏକାଠି ଗୋଟିଏ ଡୋରରେ ବନ୍ଧା।

ଇତିହାସ ସେ ଯେ ଏକା ମୂକ ସାକ୍ଷୀ 

ସବୁ ଜାଣେ ସବୁ ବୁଝେ ତଥାପି ସେ 

ନିର୍ଜୀବ ନିସ୍ତବ୍ଧ ପାଣ୍ଡୁଲିପି ଟିଏ ପରି

ସଦା ସର୍ବଦା ଧୀର ଶାନ୍ତ ଓ ନୀରବ।

ଇତିହାସ ବୁକୁରେ ଧରିଛି ଯୁଦ୍ଧ ଠାରୁ ଶାନ୍ତି ଯାଏଁ

କେତେ ରକ୍ତପାତ

ସୃଷ୍ଟି ରୁ ପ୍ରଳୟ ଯାଏଁ

ଦେଖିଛି, ଦେଖୁଛି ଏମିତି ଦେଖୁଥିବ

ଆଦିରୁ ଅନ୍ତ ଓ ଯୁଗରୁ ଯୁଗାନ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational