STORYMIRROR

Rabi Satapathy

Tragedy

3  

Rabi Satapathy

Tragedy

ତୁମେ ବିଦାୟ ନେବା ପରେ

ତୁମେ ବିଦାୟ ନେବା ପରେ

1 min
230

ଲୁଚିଗଲା ତୁମ ନାମଟି

ମୋ କବିତା ଖାତାର କେଉଁ ଏକ କୋଣରେ

ଖୋଜି ପାଉନି ମୁୁଁ

ଘଣ୍ଟା ଚକଟା କରି କରି

କ୍ଳାନ୍ତ ପଥିକ ଟିଏ ଭଳି

ପଡ଼ି ରହିଛି ମୁଁ ଗଛ ଛାଇ ତଳେ

ତୁମେ ବିଦାୟ ନେବା ପରେ।

ଘନ ଅନ୍ଧକାର ଭିତରେ

ତୁମେ ଥିଲ ମୋ ପାଇଁ

ଆଶାର କ୍ଷୁଦ୍ର ଏକ 

ସେ ସଲିତା ଆଜି ଲିଭି ଯାଇଅଛି

ଆଗଠୁ ବେଶୀ ଅନ୍ଧକାର

ଘନେଇ ଆସିିିିଛିି

ତୁମେ ବିଦାୟ ନେବା ପରେ।

ମୋ ଘର ଟି ଥିଲା ଛୋଟ କିଁନ୍ତୁ ସୁନ୍ଦର

ସେ ଘରେତୁମେ ଲଗାଇ ଦେଲ ନିିଆଁ

ଜଳୁଛି ସେ କୁହୁଳି କୁହୁଳି 

ଏମିିିିତି ଜଳୁୁୁଥିବ ପାଉଁଶ ହେବା ଯାଏ

ନିଃସହାୟ ସମ ରାସ୍ତା ରେ ଦିିିନ କଟୁଛି

ତୁମେ ବିଦାୟ ନେବା ପରେ

ଦୁଃଖ ନାହିଁ ମୋର ତୁମେ ଚାଲିଗଲ

ହେଲେ ମିଥ୍ୟା ଅପବାଦ କାହିଁକି ଦେଲ

ସାହସ ନ ଥାଇ ସମ୍ପର୍କ କିିଆଁ ବଢାଇଲ

ଝରାଇ ଦେଲ ମୋ ଆଖିରୁ

ଲୁହ ନୁହେଁ  ଲହୁ

ସବୁ ଦୁୁଃଖ ଶୋକ ଲୁୁୁହ ଲହୁ କୁ ପିଇ

ସାଜିଛିି ମୁଁ ନୀଳକଣ୍ଠ

ତୁମେ ବିଦାୟ ନେବା ପରେ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy