ତୁମେ ବିଦାୟ ନେବା ପରେ
ତୁମେ ବିଦାୟ ନେବା ପରେ
ଲୁଚିଗଲା ତୁମ ନାମଟି
ମୋ କବିତା ଖାତାର କେଉଁ ଏକ କୋଣରେ
ଖୋଜି ପାଉନି ମୁୁଁ
ଘଣ୍ଟା ଚକଟା କରି କରି
କ୍ଳାନ୍ତ ପଥିକ ଟିଏ ଭଳି
ପଡ଼ି ରହିଛି ମୁଁ ଗଛ ଛାଇ ତଳେ
ତୁମେ ବିଦାୟ ନେବା ପରେ।
ଘନ ଅନ୍ଧକାର ଭିତରେ
ତୁମେ ଥିଲ ମୋ ପାଇଁ
ଆଶାର କ୍ଷୁଦ୍ର ଏକ
ସେ ସଲିତା ଆଜି ଲିଭି ଯାଇଅଛି
ଆଗଠୁ ବେଶୀ ଅନ୍ଧକାର
ଘନେଇ ଆସିିିିଛିି
ତୁମେ ବିଦାୟ ନେବା ପରେ।
ମୋ ଘର ଟି ଥିଲା ଛୋଟ କିଁନ୍ତୁ ସୁନ୍ଦର
ସେ ଘରେତୁମେ ଲଗାଇ ଦେଲ ନିିଆଁ
ଜଳୁଛି ସେ କୁହୁଳି କୁହୁଳି
ଏମିିିିତି ଜଳୁୁୁଥିବ ପାଉଁଶ ହେବା ଯାଏ
ନିଃସହାୟ ସମ ରାସ୍ତା ରେ ଦିିିନ କଟୁଛି
ତୁମେ ବିଦାୟ ନେବା ପରେ
ଦୁଃଖ ନାହିଁ ମୋର ତୁମେ ଚାଲିଗଲ
ହେଲେ ମିଥ୍ୟା ଅପବାଦ କାହିଁକି ଦେଲ
ସାହସ ନ ଥାଇ ସମ୍ପର୍କ କିିଆଁ ବଢାଇଲ
ଝରାଇ ଦେଲ ମୋ ଆଖିରୁ
ଲୁହ ନୁହେଁ ଲହୁ
ସବୁ ଦୁୁଃଖ ଶୋକ ଲୁୁୁହ ଲହୁ କୁ ପିଇ
ସାଜିଛିି ମୁଁ ନୀଳକଣ୍ଠ
ତୁମେ ବିଦାୟ ନେବା ପରେ।