STORYMIRROR

Rabi Satapathy

Romance

3  

Rabi Satapathy

Romance

ତୁମ ବିନା

ତୁମ ବିନା

1 min
121

ତୁମେ ଶୂନ୍ୟ ଇଲାକା କାଳ କୋଠରୀରେ

କ୍ଷୀଣ ଆଲୁଅର ଧାରା

ଶୁଷ୍କ ମରୁରେ ପଥ ହୁଡିଥିବା ପଥିକ

ପ୍ରାଣର ବଞ୍ଚିବା ପାଇଁ ସାହାରା

ସଂସାର ସାଗରେ କେତେ ଯେ ଆଘାତ 

ପୁଣି କଳି ତକରାଳ

ତୁମ ଉପସ୍ତିତେ ସମାଧାନ ହୁଏ

ମିଳିଯାଏ ଶୁଭ ଫଳ

ତୁମେ କାବ୍ୟ ନାୟକର ହୃଦୟ ମଧ୍ୟରେ

ସ୍ପନ୍ଦନ ସଞ୍ଚରି ଯାଅ

ତୃଷିତ ପ୍ରାଣର ଶୁଖିଲା ଓଠରେ

କୋମଳତା ଭରିଦିଅ

ଜୀବନ ଯମୁନା ଯୁଆର ଭିତରେ

ଉବୁଟୁବୁ ହେବାବେଳେ 

ଭଲ ମନ୍ଦ ବାଛ ବିଚାର ନ କରି

ଆଶ୍ରା ଦିଅ ନିଜ କୋଳେ

ବଞ୍ଚିବା ମରିବା ସମାନ ତ ଏଠି

କିଏ ବୁଝେ କାହା କଥା 

ତୁମେ ଥିଲେ କିନ୍ତୁ ସମାଜ ଇଙ୍ଗିତ

ଦେଇପାରେ ନାହିଁ ବ୍ୟଥା

ତୁମେ ଛନ ଛନ ବନ ହରିଣୀ ଟି ସମ

ମନକୁ ହରାଇ ନିଅ

ଯିଏ ତୁମ ସାଥେ ବସା ବାନ୍ଧିବାକୁ ଚାହେଁ

ଜୀବନ ବି ଦେଇଦିଅ

ଧନ୍ୟ ତୁମେ ତୁମେ ତୁମେ ହିଁ ତୁମେ

ତୁମ ଉପମାର କିଛି ନାହିଁ ତୁଳନା

ତୁମ ବିନା କିଛି ଲାଗେନାହିଁ ଭଲ

ନ ରଖିବ ମନେ କେବେ ଛଳନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance