STORYMIRROR

Rabi Satapathy

Drama

3  

Rabi Satapathy

Drama

ତୁମ ପାଇଁ ଖୋଲା ଚିଠି

ତୁମ ପାଇଁ ଖୋଲା ଚିଠି

1 min
185

କିଏ କହେ ତୁମେ ଛଳନାମୟୀ 

କେ କହେ ଅଭିମାନିନୀ 

କିନ୍ତୁ ତୁମେ ମୋର ଅତି ଆପଣାର 

ତୁମକୁଭୂଲି ପାରୁନି ।


କହୁଛନ୍ତିକେତେ କୁଛିତା ତୁମେ 

ରୂପ ନାହିଁ ତୁମଠାରେ 

ହେଲେ ମୋରଯୁକ୍ତି ସୁନ୍ଦରୀତୁମେ 

ଗୁଣ ଯେବେରହିପାରେ ।


ରୂପର ପୂଜାରୀ ନୁହେଁ ମୁଁ କେବେ 

ଅର୍ଥ ଲୋଭୀ ପୁଣି ନୁହେଁ 

ମନ ଦେଇ ମୁଁ ଯେ ପାଇ ଅଛି ମନ 

ଯତ୍ନେ ରଖିବାକୁ ଚାହେଁ ।


ସୁନ୍ଦରୀ ହେ କେବେ ଭୂଲି ନ ଯିବ 

ଜିଇଁଥିବ ଯେତେ ଦିନ 

ଧନ ସ୍ୱାର୍ଥପାଇଁ ଲୋଭ ନ କରିବ 

କ୍ଷଣସ୍ଥାୟୀ ଅଟେ ଧନ ।


ଯାହା ମୋ ମନକୁ ଆସିଲା ଏଠାରେ  

ଲେଖିଦେଲି ତୁମପାଇଁ 

ଖୋଲାଚିଠିପଢି ଦେବ ଯେ ଉତ୍ତର  

ଆଶାରେ ରହିଛି ଚାହିଁ ।


Rate this content
Log in

Similar oriya poem from Drama