STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଭକ୍ତି ନିବେଦନ

ଭକ୍ତି ନିବେଦନ

1 min
139


ଜଗା କାଳିଆ ରେ

ଶିରୀ ମନ୍ଦିରରେ

ସଞ୍ଜ ଆଳତି ରେ

ଦେଖୁ ଦେଖୁ ଦିବ୍ୟ ମୂରତି

ପ୍ରାଣ ପକ୍ଷୀ ଉଡ଼ି ଯାଆନ୍ତା କି।


ନୀଳ କନ୍ଦର ରେ ନୀଳମଣି ମୋର

ରତନ ବେଦୀ ରେ ବସିଛି

କାନ ନାହିଁ ସିନା ଲକ୍ଷେ ଯୋଜନ ରୁ

ଭକତର ଡାକ ସୁଣୁଛି

କଳା ମାଣିକ ରେ

ବାଙ୍କ ଚୁଳିଆ ରେ

ତୋତେ ଯେ ଭକ୍ତି ରେ ଡାକିଛି

ତୋର ସାନିଧ୍ୟ ସେ ପାଇଛି।

ପ୍ରାଣ ପକ୍ଷୀ ଉଡ଼ି


ରଙ୍କ ର ରତନ ଦୁଃଖୀ ପ୍ରାଣ ଧନ

ତୋ ପଦେ ଗୁହାରୀ କରୁଛି

ପ୍ରାଣ ପକ୍ଷୀ ମୋର ଉଡ଼ି ଯିବ ଯେବେ

ତୋ ପାଦ ରେ ସ୍ଥାନ ଦେବୁଟି

ମୋ ହୃଦ ଚନ୍ଦନ ରେ

ତୋର ଦର୍ଶନ ରେ

ପ୍ରାଣ ପକ୍ଷୀ ତୃପ୍ତ ହୋଇଛି

ଶ୍ରୀ ପଦେ ଶରଣ ପଶିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational