STORYMIRROR

Dr Santosh Kumar Panda

Inspirational

3  

Dr Santosh Kumar Panda

Inspirational

କର୍ମଜୀବୀଙ୍କ ପାଇଁ ପ୍ରେରଣାର ସ୍ରୋତ-"ମାଆ"

କର୍ମଜୀବୀଙ୍କ ପାଇଁ ପ୍ରେରଣାର ସ୍ରୋତ-"ମାଆ"

1 min
125

ବିଳମ୍ବରେ ପହଞ୍ଚିଲେ ନା ଥାଏ ନାଲିଗାରର ଭୟ,

ନା କାମ ନ କଲେ ଥାଏ ପଇସା କଟିବାର ସଂଶୟ,

ନା ଥାଏ ଅଧିକାରୀଙ୍କ ତାଗିଦ୍,

ନା ମାଲିକର ଚୁକ୍ତିପତ୍ର,

ନା ଥାଏ ଅପେକ୍ଷା ସହକର୍ମୀର ସହଯୋଗ,

ନା ଥାଏ ମାସ ଶେଷରେ ପାଉଣାର ଅଭିଯୋଗ,

ନା ଥାଏ ଆଶା ଏକ ପ୍ରଶଂସା ପ୍ରମାଣପତ୍ର ବା ଅତିରିକ୍ତ ବାର୍ଷିକ ଅର୍ଥରାଶି ବୃଦ୍ଧି,

ନା ଥାଏ ହିସାବ ତାର ଆକସ୍ମିକ,ଅର୍ଜିତ ବା ଚିକିତ୍ସା ଛୁଟି,

ନା ଥାଏ ଅପେକ୍ଷା ତାର ଅବସର ସମୟ,ପେନସନ୍ ଅବା ଗ୍ରାଚୁଇଟି,

ତଥାପି ଏକ ଅଲିଖିତ ନୀତି,ନିୟମରେ ନିଜକୁ ସେ ବାନ୍ଧି,

ସକାଳୁ ରାତି ଯାଏ ଅବିଶ୍ରାନ୍ତ ଭାବେ

ବୃତ୍ତି ନୁହେଁ ବ୍ରତ ଭାବି,

କର୍ତ୍ତବ୍ୟ ଆଳରେ କର୍ମଜୀବୀଙ୍କୁ ସେ ଦିଅଇ ଇସାରା, ହୋଇଯାଅ କର୍ମଯୋଗୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational