"ନିହାଣ ମୁଗୁର"
"ନିହାଣ ମୁଗୁର"


ମୁଗୁର ପଚାରେ ନିହାଣ କୁ ଦିନେ
ମୋତେ ଟିକେ ଡର ନାହିଁ
ଯେତେ ମାଡ଼ ଦେଲେ କହିନୁ ଥରୁଟେ
ଆଉ କଷ୍ଟ ଦିଅ ନାହିଁ ।
ମୁରୁକି ହସରେ କହିଲା ନିହାଣ
ତୋ ମାଡ଼ କୁ ଭୟ ନାହିଁ
ଭୟତ ଏତିକି କାଳେ ଭାଙ୍ଗି ଯିବି
କାର୍ଯ୍ୟ ଶେଷ ହେବ ନାହିଁ ।
ମାଡ଼ ଦେଇ ଦେଇ କ୍ଷିଣ ହେଲୁ ତୁହି
ନିଜକୁ ପାରୁନୁ ଚାହିଁ
ମୁଁ ଦୁଃଖି ବୋଲି କେମିତି ଭାବୁଛୁ
ବୋଲୁଛୁ ସଂସାରେ ତୁହି ।
ସଭିଙ୍କ ଜୀବନେ ସୁଖ ଦୁଃଖ ଅଛି
ମନେ କଷ୍ଟ ଦିଅ ନାହିଁ
କଠିନ ଶିଳାରେ ତୋ, ମୋ ପାଇଁ
କାରୁକାର୍ଯ୍ୟ ଯାଏ ହୋଇ ।
ସାକ୍ଷୀ ଇତିହାସ, ମନ୍ଦିର, ଐତିହ୍ୟ
ଅତିତର କୀର୍ତ୍ତିରାଜି
ତୋ ଶକ୍ତ ପ୍ରହାରେ ନିର୍ଜୀବ ଜୀବିତ
ନୂତନ ସୃଷ୍ଟିର ପାଇଁ ।
ନିହାଣ ଖାଇଛି ମୁଗୁରର ମାଡ଼
ହିସାବ କେ ରଖି ନାହିଁ
ଏତିକି ହିସାବ ରଖିଛି ନିହାଣ
ଲୋଭ କାରୁକାର୍ଯ୍ୟ ପାଇଁ ।